Masthead

ଦୁଇ ଜଗନ୍ନାଥ, ଦୁଇ ନୀଳମାଧବ…କନଫ୍ୟୁଜରେ ଭୋଟର

ବିଷମକଟକ (ବଡ଼ ଖବର ବ୍ୟୁରୋ): ବିଷମକଟକରେ ଭୋଟର ବାଉଳା । ସମାନ ନାଁ ଅଲଗା ଦଳ । ମୁହଁ ଚିହ୍ନିବାରେ କନଫ୍ୟୁଜନ୍ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସାରକା, ବିଜେପି ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡ୍ରୁକା, କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକା, ସ୍ୱାଧୀନ ପ୍ରାର୍ଥୀ ନୀଳମାଧବ ଉଲାକା। ରାୟଗଡ଼ା ଜିଲ୍ଲା ବିଷମକଟକରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଦୁଇ ଜଗନ୍ନାଥ ଓ ଦୁଇ ନୀଳମାଧବ । ବିଷମ ସ୍ଥିତିରେ ବିଷମକଟକ ଭୋଟର୍ । ଚର୍ଚ୍ଚା ହେଉଛି ଏହାକୁ ନେଇ ଚିନ୍ତାରେ ନେତା, ଦ୍ୱନ୍ଦ୍ୱରେ ଜନତା।

କାରଣ ଭୋଟର ଯଦି ପ୍ରାର୍ଥୀଙ୍କର କେବଳ ନାଁ ମନେରଖନ୍ତି, ତେବେ ଜଣଙ୍କ ଭୋଟ୍ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚାଲିଯିବାର ଆଶଙ୍କା ରହିଛି। ଖାଲି ଜଗନ୍ନାଥ ଭାଇ କି ନୀଳମାଧବ ବାବୁ ମନେ ରଖିଲେ ହେବନି। ଭୋଟରଙ୍କୁ ନିଜ ପସନ୍ଦର ନେତା ବାଛିବାକୁ ତାଙ୍କ ସାଙ୍ଗିଆ ଓ ଚିହ୍ନ ବି ଘୋଷିବାକୁ ପଡ଼ୁଛି। ବୁଥରେ ଇଭିଏମ୍ ସ୍ୱିଚ ଚିପିଲା ବେଳେ ବି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱଳ୍ପ ପାଠୁଆ ଗାଉଁଲି ଲୋକେ। ଖାଲି ନାଁ ନୁହେଁ ବିଷମକଟକରେ ଚିହ୍ନକୁ ନେଇ ବି ଦେଖା ଦେଇପାରେ ବିଷମ ସ୍ଥିତି। କାରଣ ଏବେ ପଦ୍ମ ଚିହ୍ନରେ ଲଢ଼ୁଥିବା ଜଗନ୍ନାଥ ନୁଣ୍ଡ୍ରୁକା ଦୁଇ ମାସ ତଳେ ଶଙ୍ଖ ଦଳରେ ସଂଗଠନ କରୁଥିଲେ। ବର୍ତ୍ତମାନର ବିଜେଡି ପ୍ରାର୍ଥୀ ତଥା ବିଧାୟକ ଓ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ବିରୋଧ କରି ସେ ପଦ୍ମ ଶିବିରକୁ ଡେଇଁ ପ୍ରାର୍ଥୀ ହୋଇଛନ୍ତି।

ଜଗନ୍ନାଥ ନା ସାରା ଓଡ଼ିଶାବାସୀଙ୍କ ହୃଦୟରେ ଲେଖାଥିଲେ ବି ବିଷମକଟକ ଭୋଟରଙ୍କୁ ବିଜେଡିର ସାରକା ଓ ବିଜେପିର ନୁଣ୍ଡ୍ରୁକା ଭିତରେ ସ୍ପଷ୍ଟତା ରଖିବାକୁ ପଡ଼ିବ। ତେଣେ କଂଗ୍ରେସ ପ୍ରାର୍ଥୀ ନୀଳମାଧବ ହିକକାଙ୍କୁ ଚାଲେଞ୍ଜ ଦେଉଛନ୍ତି ସେଇ କଂଗ୍ରେସ ଦଳର ଆଉ ଜଣେ ସମନାମଧାରୀ ପ୍ରାର୍ଥୀ ନୀଳମାଧବ ଉଲାକା। ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପୁଅ ନୀଳମାଧବଙ୍କୁ କଂଗ୍ରେସ ଟିକେଟ୍ ନଦେବାରୁ, ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି