Masthead

ସୁନା ଚୋରି ଘଟଣାରେ ୨ ଅଭଯୁକ୍ତ ଗିରଫ

ପାରଳାଖେମୁଣ୍ଡି(ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ଗୁରାଣ୍ଡିଥାନାରେ ସୁନା ଚୋରି ଘଟଣାରେ ୨ ଗିରଫ । ଗିରଫ ଦୁଇଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ୨ଜଣ ଅଭିଯୁକ୍ତ ହେଲେ ସୁଜିତ କୁମାର ପାଢୀ,ବାଳକୃଷ୍ଣ ସାହୁ । ୨ ଅଭଯୁକ୍ତଙ୍କ ବିରୁଦ୍ଧରେ ବ୍ରହ୍ମପୁର, ଚିକିଟି, ଆନ୍ଧ୍ରର ଇଚ୍ଛାପୁର, ପଲାସା, ଗଜପତି ଜିଲ୍ଲାର କାଶୀନଗର, ଗୁରାଣ୍ଡି ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଚୋରି କରୁଥିବା ପୋଲିସକୁ ସୂଚନା ମିଳିଥିଲା । ଗତ ଅକ୍ଟୋବର ମାସରୁ ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ୭ଟି ମାମଲା ରୁଜୁ ହୋଇଛି ସୁନା ଚୋରି ବାବଦରେ ।

ମୁଖ୍ୟତଃ ଏହି ଦୁଇ ଅପରାଧୀ ଏକୁଟିଆ କୁଆଡେ ଯାଉଥିବା ସ୍ତ୍ରୀଲୋକଙ୍କୁ ନିଜ ଟାର୍ଗେଟରେ ରଖୁଥିଲେ । ବାଇକରେ ଯାଇ ବେକରୁ ଚେନ, କାନରୁ ରିଙ୍ଗ ଛଡାଇ ନେଉଥିଲେ । ଯାହାକୁ ପୋଲିସ ଦୀର୍ଘଦିନ ଧରି ନଜର ରଖିଥିଲା । ଗତ ୨ଦିନ ତଳେ ଗୋଟେ ବାଇକକୁ ସନ୍ଦେହରେ ଧରିବାବେଳେ ଦୁଇଜଣ ଅଭିଯୁକ୍ତ ଧରାପଡିଥିଲେ । ଏମାନଙ୍କ ନାଁରେ ଗଞ୍ଜାମ, ଗଜପତି, ଆନ୍ଧ୍ରପ୍ରଦେଶର ପଲାସା,ଇଚ୍ଛାପୁର ଭଳି ବିଭିନ୍ନ ଥାନାରେ ୧୬ଟି ମାମଲା ରୁଜୁ ହୋଇଛି । ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ