Masthead

ସୁନା ଚୋରି ଘଟଣାରେ ୨ ଅଭଯୁକ୍ତ ଗିରଫ

ପାରଳାଖେମୁଣ୍ଡି(ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ଗୁରାଣ୍ଡିଥାନାରେ ସୁନା ଚୋରି ଘଟଣାରେ ୨ ଗିରଫ । ଗିରଫ ଦୁଇଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ୨ଜଣ ଅଭିଯୁକ୍ତ ହେଲେ ସୁଜିତ କୁମାର ପାଢୀ,ବାଳକୃଷ୍ଣ ସାହୁ । ୨ ଅଭଯୁକ୍ତଙ୍କ ବିରୁଦ୍ଧରେ ବ୍ରହ୍ମପୁର, ଚିକିଟି, ଆନ୍ଧ୍ରର ଇଚ୍ଛାପୁର, ପଲାସା, ଗଜପତି ଜିଲ୍ଲାର କାଶୀନଗର, ଗୁରାଣ୍ଡି ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଚୋରି କରୁଥିବା ପୋଲିସକୁ ସୂଚନା ମିଳିଥିଲା । ଗତ ଅକ୍ଟୋବର ମାସରୁ ଗଜପତି ଜିଲ୍ଲାର ବିଭିନ୍ନ ଥାନାରେ ୭ଟି ମାମଲା ରୁଜୁ ହୋଇଛି ସୁନା ଚୋରି ବାବଦରେ ।

ମୁଖ୍ୟତଃ ଏହି ଦୁଇ ଅପରାଧୀ ଏକୁଟିଆ କୁଆଡେ ଯାଉଥିବା ସ୍ତ୍ରୀଲୋକଙ୍କୁ ନିଜ ଟାର୍ଗେଟରେ ରଖୁଥିଲେ । ବାଇକରେ ଯାଇ ବେକରୁ ଚେନ, କାନରୁ ରିଙ୍ଗ ଛଡାଇ ନେଉଥିଲେ । ଯାହାକୁ ପୋଲିସ ଦୀର୍ଘଦିନ ଧରି ନଜର ରଖିଥିଲା । ଗତ ୨ଦିନ ତଳେ ଗୋଟେ ବାଇକକୁ ସନ୍ଦେହରେ ଧରିବାବେଳେ ଦୁଇଜଣ ଅଭିଯୁକ୍ତ ଧରାପଡିଥିଲେ । ଏମାନଙ୍କ ନାଁରେ ଗଞ୍ଜାମ, ଗଜପତି, ଆନ୍ଧ୍ରପ୍ରଦେଶର ପଲାସା,ଇଚ୍ଛାପୁର ଭଳି ବିଭିନ୍ନ ଥାନାରେ ୧୬ଟି ମାମଲା ରୁଜୁ ହୋଇଛି । ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି