Masthead

ଦିଗହରା ଆବାସ ଯୋଜନା

ବାଲିଆପାଳ, (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ସରକାରଙ୍କ ଆବାସ ଯୋଜନା ଦିଗହରା ହୋଇଛି । ଥିଲାବାଲାଙ୍କୁ ପକ୍କାଘର ମିଳିଥିବା ବେଳେ ବାଦ ପଡିଛନ୍ତି ଯୋଗ୍ୟ ହିତାଧିକାରୀ । ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତର ଗୋକୁଳାନନ୍ଦପୁର ଗାଁର ବଂଶୀଧର ଜେନା । ପକ୍କାଘର ଲାଗି ଲାଞ୍ଚନପାରିବାରୁ ଆବାସ ଯୋଜନାରୁ ବାଦ ପଡିଥିବା କହିଛନ୍ତି ସେ । ବାଧ୍ୟ ହୋଇ ଝାଟି ମାଟିଚାଳଘରେ ଭାଗ୍ୟକୁ ଆଦରି ରହୁଛନ୍ତି ତାଙ୍କ ପରିବାର ।

ବଂଶୀଧରଙ୍କ ପରିବାର କହିଲେ ତିନିଝିଅ, ପୁଅ ଓ ସ୍ତ୍ରୀ । ଦିନମଜୂରି କରି ଯାହା ରୋଜଗାର କରନ୍ତି ସେତିିକିରେ ଚଳୁଛି ପରିବାର । ଝାଟିମାଟି ଚାଳଘରେ ୬ପ୍ରାଣୀ ରହୁଛନ୍ତି । ଗୋଟିଏ ବଖରାରେ ୬ଜଣ ଚଳିବା କଷ୍ଟ ହେଉଛି । ଘର ଉପରେ ଚଢ଼ିଯାଇଛି ଗତଲତା । ସବୁବେଳେ ରହୁଛି ସାପର ଭୟ । ମାଟିଘର କେତେବେଳେ ଯେ ଭୁଷୁଡି ପଡିବ ତାର କିଛି ଗ୍ୟାରେଣ୍ଟି ନାହିଁ । ତଥାପି ଭାଗ୍ୟ ଓ ଭଗବାନଙ୍କ ଭରସାରେ ରହିଛନ୍ତି ବଂଶୀଧରଙ୍କ ପରିବାର । ଟଙ୍କା କେଉଁଠୁ ବା ଆସିବ ଯେ ପକ୍କାଘର କରିବେ । ଆବାସ ଯୋଜନାରେ ପକ୍କାଘର ପାଇଁ ବାରମ୍ବାର ସରପଞ୍ଚ ଓ ବିଡ଼ିଓ ଙ୍କୁ ଲିଖିତ ଦରଖାସ୍ତ କରିଛନ୍ତି ବଂଶୀଧର । ପଞ୍ଚାୟତର ଘର ତାଲିକାରେ ମଧ୍ୟ ନାମ ରଖାଯାଇନାହିଁ । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଘର ଦିଆ ଯାଉନଥିବା ସେ କହିଛନ୍ତି । ଦୁଇତାଲା ଥାଇ ଗାଁର କିଛି ଲୋକ ଆବାସ ଯୋଜନାରେ ଘର ପାଇଛନ୍ତି ।

ବଂଶୀଧର ଯଦିଓ ଯୋଗ୍ୟ ହିତାଧିକାରୀ ତେବେ ସେ ସରକାରୀବାବୁଙ୍କ ହାତଗୁଞ୍ଜା ନ ଦେଇପାରିବାରୁ ତାଙ୍କ ନାମ ଲିଷ୍ଟରେ ନାହିଁ । ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନବାଚୀ । ଆବାସ ଯୋଜନାରେ ବଂଶୀଧରଙ୍କୁ ପକ୍କାଘର ଯୋଗଇ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି