Masthead

ଖୁଣ୍ଟିରେ ବନ୍ଧାହେଲା ମାଛଚୋର

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ଦିନେ କି ଦୁଇଦିନ ନୁହଁ । ୬ମାସ ଧରି ମାଛଚୋରି ହେଉଥିଲା । କେହି ବି ଚୋରି ବାବଦରେ ଟେର୍ ପାଉନଥିଲେ । ରାତି ଅଧରେ ଗାୟବ ହେଇଯାଉଥିଲା ରୋହି, ଭାକୁର, କଉ ଭଳି ମାଛ । ମାଛଚୋରିରେ ମଜ୍ଜି ଯାଇଥିଲା ଚୋର । ଶେଷରେ ଧରାପଡିଲା, ଖୁଣ୍ଟିରେ ବନ୍ଧାହେଲା ।

ଦଶପଲ୍ଲା ଏନଏସି ୱାର୍ଡ ନଂ-୭ ବାରପୁରିକିଆ ଗାଁର ମାନସ ରଞ୍ଜନ ଘଡେଇ ପେସାରେ ମାଛ ବ୍ୟବସାୟୀ । ପ୍ରତିଦିନ ପିକଅପ୍ ଭ୍ୟାନ ଯୋଗେ ମାଛ ଆଣି ନିଜ ଘରପାଖେ ଥିବା ଏକ କୋଠାରେ ରଖି ସକାଳୁ ଦୋକାନକୁ ନେଇ ବିକ୍ରି କରିଥାନ୍ତି । ଏପରିକି ସେ ଛୋଟ ବ୍ୟବସାୟୀଙ୍କୁ ମାଛ ଯୋଗାଇଥାନ୍ତି । ମାନସ କହିଛନ୍ତି, ୬ ମାସ ଧରି ତାଙ୍କ ମାଛଚୋରି ହେଉଥିଲା । ଗତରାତିରେ ପିକଅପ ଭ୍ୟାନରୁ ମାଛରଖି ମାନସ ଓ ତାଙ୍କ ଭାଇ ରାତିରେ ପଇଁତରା ମାରୁଥିଲେ ।

ଠିକ୍ ରାତି ୩ଟାରେ ବାଇକରେ ଜଣେ ଆସି ପ୍ରାୟ ୧୦ କେଜି ମାଛଧରି ଛୁ ମାରିବା ବେଳେ ମାନସ ଓ ତାଙ୍କ ଭାଇ ଚୋରକୁ କାବୁ କରିନେଇଥିଲେ । ଏହାପରେ ଗାଁଲୋକ ଉଠିବା ପରେ ଚୋରକୁ ଧରି ଏକ ଘୁଣ୍ଟିରେ ବାନ୍ଧିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ଉକ୍ତ ଚୋରକୁ ଥାନାକୁ ନେଇଯାଇଥିଲା । ଉକ୍ତ ଚୋରଟି ଧୋବାସାହିର ରମେଶ ଦାସ ବୋଲି ଜଣାପଡିଛି ।

ଅନ୍ୟପଟେ ଦୀର୍ଘ ୨ ବର୍ଷ ଧରି ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଚୋରି ହେଉଛି । କେତେବେଳେ କ୍ୟାବିନ୍ ଚୋରି ତ କେତେବେଳେ ରାସନ ଚୋରି । ରାତିରେ ପାଟ୍ରୋଲିଂ ସତ୍ୱେ ଚୋରି ବଢୁଥିବା ପୋଲିସର ନିଦ ହଜାଇ ଦେଇଛି । ସାଧାରଣରେ ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ