Masthead

ଖୋଲିଲା ଉତ୍ତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର

ଉତ୍ତରାଖଣ୍ଡ(ବଡ଼ ଖବର ବ୍ୟୁରୋ): ଖୋଲିଲା ଉତ୍ତରାଖଣ୍ଡ ପ୍ରସିଦ୍ଧ କେଦାରନାଥ ମନ୍ଦିର । ମନ୍ତ୍ର ଓ ବେଦ ଧ୍ୱନୀ ଉଚ୍ଚାରଣରେ କମ୍ପିଲା ମନ୍ଦିର ପରିସର । ୪୦ କ୍ୱିଣ୍ଟାଲ ଫୁଲରେ ସୁସଜ୍ଜିତ ମନ୍ଦିର, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ଗଙ୍ଗୋତ୍ରୀ, ଯମୁନେତ୍ରୀ ସହ କେଦାରନାଥ ଯାତ୍ରା ଆରମ୍ଭ । ଏଥିଲାଗି ସରିଛି ସମସ୍ତ ପ୍ରସ୍ତୁତି। ମନ୍ଦିର ପରିସରକୁ ସଫା କରାଯିବା ସହ ଫୁଲରେ ସଜାଯାଇଛି। ଗୌରୀକୁଣ୍ଡରୁ ବାବାଙ୍କ ଚଳନ୍ତି ପ୍ରତିମାକୁ କେଦାରନାଥ ଅଭିମୁଖେ ନିଆଯାଇଛି। ଘଣ୍ଟଘଣ୍ଟା ଧ୍ୱନି ମଧ୍ୟରେ ବାବାଙ୍କ ଚଳନ୍ତି ପ୍ରତିମାକୁ ଶ୍ରଦ୍ଧାଳୁମାନେ ସୁସଜ୍ଜିତ ବିମାନରେ କାନ୍ଧେଇ ନେଇଥିଲେ। କେଦାରନାଥଙ୍କ ଦର୍ଶନ ଲାଗି ସୋନପ୍ରୟାଗ ଏବଂ ଗୌରୀକୁଣ୍ଡ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଲାଣି। ଆଜି କେଦାରନାଥ, ଯମୁନୋତ୍ରୀ ଓ ବଦ୍ରିନାଥ ଧାମର କବାଟ ଖୋଲିବ। ଏଥିନିମନ୍ତେ ମନ୍ଦିରକୁ ପ୍ରାୟ୪୦ କ୍ୱିଣ୍ଟାଲ ଫୁଲରେ ସଜା ଯାଇଛି। ଏହି ଫୁଲ ହେଲିକପ୍ଟର ଯୋଗେ ଉପରକୁ ନିଆଯାଇଛି। ମାତ୍ର ବଦ୍ରିନାଥ ଧାମର କବାଟ ଆସନ୍ତା ୧୨ ତାରିଖରେ ଖୋଲିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି