Masthead

ବିଜେପି ଆସିଲେ ପର୍ଯ୍ୟଟନର ବିକାଶ ହେବ: ପ୍ରଧାନମନ୍ତ୍ରୀ

ଫୁଲବାଣୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୨ ଦିନିଆ ଗସ୍ତରେ ଶନିବାର ଫୁଲବାଣୀରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ଜନସଭାକୁ ସମ୍ବୋଧିତ କରି କହିଛନ୍ତି ବିଜେପି ସରକାର କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କରିଛି । ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରି ଚାଲିଛନ୍ତି । ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ବିଜେଡିର କୁଶାସନ ହଟାବାକୁ ପଦ୍ମରେ ଭୋଟ ଦିଅନ୍ତୁ ।

ଏଭଳି ଅସମ୍ବେଦନଶୀଳ ସରକାର ଏଠାରେ ରହିବା ଅନୁଚିତ । ଓଡ଼ିଶା ସରକାରଙ୍କ ଉଦାସୀନତା କାରଣରୁ ଏଠାରେ ପର୍ଯ୍ୟଟନ ଆଣ୍ଠେଇଛି । ବିଜେପି ସରକାର ଆସିଲେ ଏଠାରେ ପର୍ଯ୍ୟଟନର ବିକାଶ ହେବ । ବିଜେପି ଆସିଲେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ । ବିଜେଡି ସରକାର ହଳଦୀ ଚାଷୀଙ୍କ ଅବସ୍ଥା ବେହାଲ କରିଛି । ବିଜେପି ଆସିଲେ କନ୍ଧମାଳରେ ମସଲା ପାର୍କ କରାଯିବ । ଯାହା କଥା କେହି ପଚାରନ୍ତିନି, ତା କଥା ମୋଦି ପଚାରେ ।

ବିଜେଡି କନ୍ଧମାଳକୁ ପଛୁଆ ରାଜ୍ୟ ଘୋଷଣା କରି ଦାୟିତ୍ବ ସାରିଦେଇଛି । ବିଜେପି ପାଇଁ ଦେଶର ୫ ଶହ ବର୍ଷର ଅପେକ୍ଷା ପୂରା ହେଲା । ରାଜ୍ୟ ବିଜେପି ଓଡ଼ିଆ ଭାଷା, ସଂସ୍କୃତି ପ୍ରତି ସମର୍ପିତ । ଓଡ଼ିଶାରେ ଜନ୍ମିତ କୌଣସି ପୁଅ ବା ଝିଅ, ବିଜେପିର ମୁଖ୍ୟମନ୍ତ୍ରୀ ହେବ । ଆପଣଙ୍କ ନିଜର ମୁଖ୍ୟମନ୍ତ୍ରୀ ହେବ, ନିଜ ମାଟିର ହେବ । ୧୦ ଜୁନ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ