Masthead

ବିଜେପି ଆସିଲେ ପର୍ଯ୍ୟଟନର ବିକାଶ ହେବ: ପ୍ରଧାନମନ୍ତ୍ରୀ

ଫୁଲବାଣୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ୨ ଦିନିଆ ଗସ୍ତରେ ଶନିବାର ଫୁଲବାଣୀରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ଜନସଭାକୁ ସମ୍ବୋଧିତ କରି କହିଛନ୍ତି ବିଜେପି ସରକାର କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କରିଛି । ବିଜେଡି ନେତାମାନେ ଆଦିବାସୀଙ୍କ ଜମି ହଡ଼ପ କରି ଚାଲିଛନ୍ତି । ବିଜେପି ସରକାର ଆସିଲେ ଜମି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ବିଜେଡିର କୁଶାସନ ହଟାବାକୁ ପଦ୍ମରେ ଭୋଟ ଦିଅନ୍ତୁ ।

ଏଭଳି ଅସମ୍ବେଦନଶୀଳ ସରକାର ଏଠାରେ ରହିବା ଅନୁଚିତ । ଓଡ଼ିଶା ସରକାରଙ୍କ ଉଦାସୀନତା କାରଣରୁ ଏଠାରେ ପର୍ଯ୍ୟଟନ ଆଣ୍ଠେଇଛି । ବିଜେପି ସରକାର ଆସିଲେ ଏଠାରେ ପର୍ଯ୍ୟଟନର ବିକାଶ ହେବ । ବିଜେପି ଆସିଲେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ । ବିଜେଡି ସରକାର ହଳଦୀ ଚାଷୀଙ୍କ ଅବସ୍ଥା ବେହାଲ କରିଛି । ବିଜେପି ଆସିଲେ କନ୍ଧମାଳରେ ମସଲା ପାର୍କ କରାଯିବ । ଯାହା କଥା କେହି ପଚାରନ୍ତିନି, ତା କଥା ମୋଦି ପଚାରେ ।

ବିଜେଡି କନ୍ଧମାଳକୁ ପଛୁଆ ରାଜ୍ୟ ଘୋଷଣା କରି ଦାୟିତ୍ବ ସାରିଦେଇଛି । ବିଜେପି ପାଇଁ ଦେଶର ୫ ଶହ ବର୍ଷର ଅପେକ୍ଷା ପୂରା ହେଲା । ରାଜ୍ୟ ବିଜେପି ଓଡ଼ିଆ ଭାଷା, ସଂସ୍କୃତି ପ୍ରତି ସମର୍ପିତ । ଓଡ଼ିଶାରେ ଜନ୍ମିତ କୌଣସି ପୁଅ ବା ଝିଅ, ବିଜେପିର ମୁଖ୍ୟମନ୍ତ୍ରୀ ହେବ । ଆପଣଙ୍କ ନିଜର ମୁଖ୍ୟମନ୍ତ୍ରୀ ହେବ, ନିଜ ମାଟିର ହେବ । ୧୦ ଜୁନ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା