Masthead

ପଞ୍ଜାବର ବିଜୟଧାରା ରୋକିବ କି ରାଜସ୍ଥାନ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ତ୍ରୟୋଦଶ ସିଜନର ୫୦ତମ ମ୍ୟାଚରେ ମୁହାଁମୁହିଁ ହେବେ କିଙ୍ଗସ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଆଜି ସେମାନଙ୍କ ତ୍ରୟୋଦଶ ମ୍ୟାଚ ଆବୁଧାବିରେ ଖେଳିବେ । ପଞ୍ଜାବ ୧୨ଟି ମ୍ୟାଚ ଖେଳି ୬ ବିଜୟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଥିବାବେଳେ ରାଜସ୍ଥାନ ୧୨ ମ୍ୟାଚ ଖେଳି ୫ ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଲଗାତର ୫ଟି ମ୍ୟାଚରେ ବିଜୟଧାରା ଜାରି ରଖିଥିବା ପଞ୍ଜାବ ଆଜିର ମ୍ୟାଚ ଜିତି ପ୍ଲେ ଅଫକୁ ଯିବା ପାଇଁ ପାଦ ଆଗକୁ ବଢ଼ାଇବ । ସେହିପରି ରାଜସ୍ଥାନ ଆଜିର ମ୍ୟାଚକୁ ଜିତି ପ୍ଲେ ଅଫ ରେସରେ ମଧ୍ୟ ସାମିଲ ହେବ । ଆଇପିଏଲ ଇତିହାସରେ ଉଭୟ ଦଳ ୨୦ଥର ମୁହାଁମୁହିଁ ହୋଇଛନ୍ତି । ପଞ୍ଜାବ ୯ଥର ଓ ରାଜସ୍ଥାନ ୧୧ଥର ବାଜି ମାରିଛି । ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ରାଜସ୍ଥାନ ୪ ୱିକେଟରେ ପଞ୍ଜାବକୁ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ପଞ୍ଜାବ ଜିତି ଗତ ମ୍ୟାଚର ପ୍ରତିଶୋଧ ନେବା ସହ ପ୍ଲେ ଅଫକୁ ଯିବା ପାଇଁ ଚେଷ୍ଟା କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ