Masthead

ପୋଲ ତଳୁ ଶବ ଉଦ୍ଧାର

ଟାଙ୍ଗୀ-ଚୌଦ୍ୱାର, (ବଡ଼ ଖବର ବ୍ୟୁରୋ): ଚୌଦ୍ୱାର ଥାନା ଅନ୍ତର୍ଗତ ପୁରୋହିତପୁର ଶଂଖୋଇ ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ସହ ବାଇକ୍ ଜବତ ହୋଇଛି । କିଛି ସ୍ଥାନୀୟ ଲୋକ ପୋଲ ତଳେ ପଡିଥିବା ମୃତଦେହ ଓ ବାଇକକୁ ଦେଖିବାକୁ ପାଇଥିଲେ । ପରେ ସ୍ଥାନୀୟ ଚୌଦ୍ୱାର ଥାନାକୁ ଖବର ଦେଇଥିଲେ । ଖବର ପାଇ ଚୌଦ୍ୱାର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହିତ ବାଇକକୁ ଜବତ କରିଛି । ଶବ ବ୍ୟବଛେଦ ପାଇଁ କଟକ ମେଡିକାଲକୁ ପଠାଇ ତଦନ୍ତ ଜାରିରଖିଛି ପୋଲିସ ।

ମୃତ ଯୁବକ ଜଣକ ହେଉଛନ୍ତି ବ୍ରହ୍ମପୁର ଗ୍ରାମର ଦୀପକ ଖୁଣ୍ଟିଆ । ସେ ଗତକାଲି ରାତିରେ ମଙ୍ଗୁଳିଠାରେ ଥିବା ଏକ ଘରୋଇ କାରଖାନାରୁ କାମ ସାରି ଚୌଦ୍ୱାର ଚାରିବାଟିଆ ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏହା ମୃତ୍ୟୁ ନା ଆତ୍ମହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ କହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ