Masthead

ମାହାଙ୍ଗାରେ ବୈଜୟନ୍ତଙ୍କ ବାଇକ ରାଲି

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୯ ଓ ୪୦ ନମ୍ବର ଯୋନ ଭିତରେ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ଭୋଟ ପ୍ରଚାରରେ ଆସି ଜନ ସମର୍ଥନ ଲୋଡ଼ିବା ଦେଖିବାକୁ ମିଳିଥିଲା । ମୂଳବସନ୍ତ, କୋଳିଅଠା, ବାସୁଦେବପୁର, ମଧୁପୁର, ବାଜପୁରା,କଇଥା, ସମସରପୁର,କୁଣ୍ଡି, ସାହାପୁର, କୁହୁଣ୍ଡା, ଶ୍ରୀକୃଷ୍ଣପୁର, ଜଳସରପୁର, ମାହାଙ୍ଗା, ଚାହାପଡା, ନୁର୍ତ୍ତାଙ୍ଗ, ଆନନ୍ଦପୁର, ଭେଡା, ମଉଦା, ପଲ୍ଲୀସହି ଆଦି ବିଭିନ୍ନ ପଞ୍ଚାୟତର ଭାଜପା ସମର୍ଥକ ମାନେ ଏହି ବାଇକ ରାଲିରେ ସାମିଲ ହୋଇଥିଲେ ।

ତେବେ ମାହାଙ୍ଗାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିବା ବିଜେପିର ବିଦ୍ରୋହୀ ନେତା ବୁଲୁ ପ୍ରଧାନ ବୈଜୟନ୍ତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବା ଚର୍ଚ୍ଚା ହେଉଛି । ବିଜେପିର ଛାମୁଆଁ କାର୍ଯ୍ୟକର୍ତ୍ତା ଏବଂ ପଞ୍ଚାୟତ ସ୍ତରୀୟ ସଂଗଠକ ମାନେ ବୈଜୟନ୍ତ ଓ ସୁମନ୍ତଙ୍କ ସହିତ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ସାମିଲ ନହେବାରୁ ମାହାଙ୍ଗାରେ ହାତ ଗଣତି ସମର୍ଥକଙ୍କୁ ଧରି ବିଜେପି ବିଜୟ ପାଇଁ ଆଶାନୁରୂପ ଭୋଟ ହାତେଇବା ସହଜ ନୁହେଁ ବୋଲି ଚର୍ଚ୍ଚା ହେଉଛି ।

ମୋଦିଙ୍କ ୪୦୦ ପାର ନାରା ଦେଇ ଏବଂ ଡବଲ ଇଂଜିନ ସରକାର ଗଢିବା କଥା କହି, ବୈଜୟନ୍ତ ପଣ୍ଡା ଏବଂ ସୁମନ୍ତ ଘଡେଇ ଭୋଟ ମାଗିବା ଦେଖିବାକୁ ମିଳୁଥିଲେ ବି ବିଜେପିର ତୃଣମୂଳ କର୍ମୀ ବିଦ୍ରୋହୀ ନେତା ସାରଦା ପ୍ରଧାନଙ୍କ ସହିତ ଭୋଟ ପ୍ରଚାର କରିବାରୁ ବିଜେପିରେ ଲାଗି ରହିଥିବା ଅସନ୍ତୋଷ ସାଧାରଣ ଭୋଟରଙ୍କୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ