Masthead

ନିର୍ବାଚନ ସମୟରେ ଜୋରଦାର ଚାଲିଛି ଚେକିଂ, ବଡ଼ବିଲରୁ ୨୦ ଲକ୍ଷ ଜବତ କଲା ପୋଲିସ

ବଡ଼ବିଲବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଚେକିଂ କରାଯାଉଛି । ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂ ଜାରି ରହିଛି । ଚେକିଂ ବେଳେ ୨୦ ଲକ୍ଷ ଟଙ୍କା ଜବତ କରିଛି ବଡ଼ବିଲ ପୋଲିସ । କିରିବୁରୁ ଛକରେ ଏକ ବାଇକରୁ ୭ ଲକ୍ଷ ଟଙ୍କା ଜବତ୍ ହୋଇଥିବାବେଳେ ଭଦ୍ରାସାହି ସ୍ଥିତ ତ୍ରିଶକ୍ତି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାର କର୍ମଚାରୀ ଏହି ଟଙ୍କାକୁ ଆକ୍ସିସ ବ୍ୟାଙ୍କରୁ ଉଠାଇ ଯାଉଥିବା ପୋଲିସ୍ ଜାଣିବାକୁ ପାଇଥିଲା ।

ସେହିପରି ସାଧୁ ସିଂ ହଟିଂ ଛକ ନିକଟରୁ ଏକ ବୋଲେରୋ ଗାଡ଼ିରୁ ୮ ଲକ୍ଷ ଏବଂ ଏକ ବାଇକରୁ ୫ ଲକ୍ଷ ଟଙ୍କା ଜବତ୍ କରିଛି ବଡ଼ବିଲ ପୋଲିସ । ୮ ଲକ୍ଷ ଟଙ୍କା ସ୍ଵପ୍ନେଶ୍ୱର ରୋଡ଼ଲାଇନ୍ସର ଏବଂ ୫ ଲକ୍ଷ ରାଧାକୃଷ୍ଣ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଜବତ କରାଯାଇଛି । ଏମାନେ ଆଇ ସି ଆଇ ସି ଆଇ ବ୍ୟାଙ୍କରୁ ଟଙ୍କା ଉଠାଣ କରି ବିଭିନ୍ନ ଗାଡ଼ିକୁ ପେମେଣ୍ଟ କରିବା ଉଦ୍ଦେଶ୍ୟରେ ଠାକୁରାଣୀ ଅଞ୍ଚଳକୁ ଯାଉଥିଲେ ବୋଲି ଜଣାପଡିଛି । ତେବେ ଜବତ୍ ହୋଇଥିବା ଟଙ୍କାକୁ ଟ୍ରେଜେରୀରେ ଡିପୋଜିଟ କରାଯିବା ସହ ଆୟକର ବିଭାଗକୁ ସୂଚନା ଦିଆଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି