ଆକାଶଛୁଆଁ ପରିବା ଦର

ବେଗୁନିଆପଡା(ବଡ଼ ଖବର ବ୍ୟୁରୋ): ପରିବା ଦର ଆକାଶ ଛୁଆଁ । ଯେଉଁ ପରିବାରେ ହାତ ମାରିବେ ତାହାର ଦର ୫୦ଟଙ୍କା ଉପରେ । ଆଗକୁ କାର୍ତ୍ତିକ ମାସ ଓ ପଞ୍ଚୁକ ଆସୁଥିବାରୁ ବହୁ ଘରେ ନିରାମିଷ ଭୋଜନ ପାଇଁ ପରିବା ନିହାତି ଆବଶ୍ୟକ । ମାତ୍ର ପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ଖାଉଟିଙ୍କ ଚିନ୍ତା ବଢିଯାଇଛି । ଗ୍ରାହକ ପରିବା ଦର ଶୁଣି ମୁହଁ ଫେରାଇ ନେଉଛନ୍ତି ।

ପୂର୍ବରୁ ଗ୍ରାହକ କିଲୋ ହିସାବରେ ପରିବା ନେଉଥିଲା ବେଳେ ଏବେ ଅଧା କିଲୋ କିଣିବାକୁ ବି ଭୟ କରୁଛନ୍ତି । ଗରିବର ପଖାଳ କଂସାର ସାଥୀ ପିଆଜର ମଧ୍ୟ ଆକାଶ ଛୁଆଁ ଦର । କହିବାକୁ ଗଲେ ପିଆଜ ଲୋକଙ୍କୁ କନ୍ଧାଉଛି । କିଛି ଗ୍ରାହକ ୨୫୦ଗ୍ରାମ ପିଆଜ କିଣି କାମ ଚଳାଇଦେଉଛନ୍ତି । ଆଳୁ କେଜି ୩୦ରୁ ଉର୍ଦ୍ଧ, ପିଆଜ ୬୦ଟଙ୍କା, କଲରା ୬୦, ପୋଟଳ ୬୦, ଟମାଟୋ ୪୦ରୁ ୫୦, ବାଇଗଣ ୫୦, କୋବି ୫୦ଟଙ୍କା ରହୁଛି । ବ୍ୟବସାୟୀଙ୍କ ମତରେ ଗୋଦାମରୁ ଯେହେତୁ ଆମେ ଚଢା ଦରରେ କିଣୁଛୁ ସେଥିପାଇଁ ପନିପରିବା ଦରରେ ବୃଦ୍ଧି ଘଟୁଛି । ଯେଉଁ ପରିମାଣରେ ପରିବା ଆସୁଥିଲା, ସେହି ମାତ୍ରାରେ ବର୍ତ୍ତମାନ ଆସିବା ସମ୍ଭବ ହେଉନି ବୋଲି କିଛି ବ୍ୟବସାୟୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ