Masthead

୮ଥର ଭୋଟ୍‌ ଦେଇ ବନ୍ଧା ହେଲେ ବ୍ୟକ୍ତି

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ):  ଆଜି ଦେଶରେ ଚାଲିଛି ୫ମ ପର୍ଯ୍ୟାୟ ମତଦାନ । ଥରେ ନୁହେଁ କି ଦୁଇ ଥର ନୁହେଁ ଜଣେ ଯୁବକ ଦେଇଛନ୍ତି ୮ ଥର ଭୋଟ । ଉତ୍ତର ପ୍ରଦେଶର ଏଟାରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ଯୁବକ ୮ ଥର ଭୋଟ୍ ଦେଇଥିବା ଦାବି କରୁଛି । ଏହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । ଏବେ ପୁଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି । ଭିଡିଓରେ ଜଣେ ଯୁବକ ଇଭିଏମ୍ ପାଖରେ ଠିଆ ହୋଇଛି । ସେ ଏହି ଭିଡିଓରେ ୮ ଥର ଭୋଟ୍ ଦେଇଥିବା ଦାବି କରୁଛି ।

ସେପଟେ ନିର୍ବାଚନ ଆୟୋଗ ଉକ୍ତ ମତଦାନ କେନ୍ଦ୍ର ପୁଣି ଥରେ ଭୋଟିଂ କରିବାକୁ ସୁପାରିଶ କରିଛନ୍ତି। ପ୍ରକୃତରେ ଉତ୍ତରପ୍ରଦେଶ ଏଟାର ଏକ ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ୮ ଥର ଭୋଟ୍‌ ଦେଇଥିବା ନେଇ ଦାବି କରିଥିଲେ। ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ମଧ୍ୟ କରିଥିଲେ। ଏହି ଭିଡିଓ ଭାଇରାଲ ହୋଇଥିଲା। ଏହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସେୟାର କରିଥିଲେ।  ଅଖିଳେଶ ଲେଖିଛନ୍ତି କି ଯଦି ନିର୍ବାଚନ ଆୟୋଗଙ୍କୁ ଲାଗୁଛି କି କିଛି ଭୁଲ୍ ଅଛି ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଏହି ଭିଡିଓକୁ ରାହୁଲ ଗାନ୍ଧୀ ମଧ୍ୟ ସେୟାର କରିଛନ୍ତି ।

ତେବେ ଏନେଇ ଆଗାମୀ ଯାଞ୍ଚ ଜାରି ରହିଛି । ସେପଟେ ଘଟଣା ସାମ୍ନାକୁ ଆସିବା ପରେ ଏଟା ଜିଲ୍ଲାର ନୟାଗାଓଁ ଥାନାରେ ମାମଲା ରୁଜୁ ହୋଇଛି। ଉକ୍ତ ଯୁବ ଭୋଟର୍‌ଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ପମାରାନ ଗାଁର ରାଜନ ସିଂହ। ସେପଟେ ଉକ୍ତ ଆସନରେ ପୁଣି ଥରେ ଭୋଟିଂ ପାଇଁ ନିର୍ବାଚନ ଆୟୋଗ ସୁପାରିଶ କରିବା ସହ ମତଦାନ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଶିଷ୍ଟ ପର୍ୟ୍ୟାୟରେ ପ୍ରକ୍ରିୟାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି