Masthead

ହଜିଯାଉଛି ଶୈଶବ

ବାଲିଆପାଳ, (ବଡ଼ ଖବର ବ୍ୟୁରୋ): ଖେଳିବା, ବୁଲିବା ବୟସରେ ବିଛଣାରେ ପଡ଼ିରହିଛି ମନୋଜ । ପାଟିରୁ ବାହାରୁନି ଦରୋଟି କଥା । କେବଳ ବଲ ବଲ ହୋଇ ଚାହିୁଁଛି । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ ଶ୍ରାରାମପୁର ପଞ୍ଚାୟତର ଧାନନ୍ଦା ଗ୍ରାମରେ । ଅର୍ଥ ଅଭାବରୁ ୩ବର୍ଷର ମାନସିକ ଅନଗ୍ରସର ପିଲାର ଚିକିତ୍ସାରେ ବାଧକ ସାଜିଛି। ଏହି କଅଁଳ ପିଲାର ଭବିଷ୍ୟତ ଅନିଶ୍ଚିତ ଆଡ଼କୁ ଠେଲି ହୋଇଯାଇଛି।

ଧାନନ୍ଦା ଗ୍ରାମର ଜଗନ୍ନାଥ ଦଳାଇଙ୍କ ପୁଅ ମନୋଜ ଦଳାଇ । ବୟସ ମାତ୍ର ୩ । ସେ ଜନ୍ମରୁ ମାନସିକ ଓ ଶାରୀରିକ ବିକଳାଙ୍ଗ । ଆଜି ପର୍ୟ୍ୟନ୍ତ ଚାଲିବା ଦୂରର କଥା ବସି ମଧ୍ୟ ପାରୁନାହିଁ। ଜଗନ୍ନାଥ ଜଣେ ଦିନ ମଜୁରିଆ । ପୁଅର ଚିକିତ୍ସା ପାଇଁ ଦରକାର ହେଉଥିବା ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ । ଯେତିକି ରୋଜଗାର କରନ୍ତି, ଘର ଚଳିବାକୁ ନିଅଁଣ୍ଟ। ଡାକ୍ତରଙ୍କ କହିବା ଅନୁଯାୟୀ ପିଲାକୁ ଯଦି ଏବେଠାରୁ ଉନ୍ନତମାନର ଚିକିତ୍ସା କରାଯାଏ ତେବେ ସଂପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ରହିଛି। ତେଣୁ ମନୋଜର ଚିକିତ୍ସାରେ ସହଯୋଗ ପାଇଁ ବାପା ଜଗନ୍ନାଥ, ମା’ ଅମ୍ବିକା, ଗ୍ରାମବାସୀ ସରକାର ଓ ସହୃଦୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ