Masthead

ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେଉଛି। ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ଭୋଟିଂ। ଉତ୍ତରପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ, ବିହାର, ଦିଲ୍ଲୀ, ଓଡ଼ିଶା, ଝାରଖଣ୍ଡ, ଜମ୍ମୁ-କଶ୍ମୀରରେ ମତଦାନ ଜାରି ରହିଛି। ଭୋଟିଂ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଚାଲିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ବୁଥ୍ ଉପରେ ସିସିଟିଭି କ୍ୟାମେରା ଲଗାଯାଇଛି। ୫୮ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ। ୧୧ କୋଟି ୧୩ ଲକ୍ଷ ଭୋଟର ସେମାନଙ୍କର ମତସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ୍ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଉତ୍ତରପ୍ରଦେଶ ସୁଲତାନପୁରରୁ ବିଜେପି ପ୍ରାର୍ଥୀ ମାନେକା ଗାନ୍ଧି, ବିଜେପିର ନୂଆଦିଲ୍ଲୀ ଲୋକସଭା ପ୍ରାର୍ଥୀ ବାଂଶୁରୀ ସ୍ୱରାଜଙ୍କର ଭାଗ୍ୟ ପରୀକ୍ଷା ହେଉଛି।

ନୂଆଦିଲ୍ଲୀରୁ ଆମ ଆଦମୀ ପାର୍ଟି ପ୍ରାର୍ଥୀ ସୋମନାଥ ଭାରତୀ, ଦକ୍ଷିଣ ଦିଲ୍ଲୀରୁ ବିଜେପିରୁ ମନୋଜ ତିୱାରୀଙ୍କ ମଧ୍ୟ ଏହି ପର୍ଯ୍ୟାୟରେ ଭାଗ୍ୟ ନିର୍ଦ୍ଧାରଣ ହେବ।ଦକ୍ଷିଣ ଦିଲ୍ଲୀରୁ କଂଗ୍ରେସର କହ୍ନୈୟା କୁମାର, ଉତ୍ତରପ୍ରଦେଶ ଆଜମଗଡରୁ ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବ, ଜମ୍ମୁ ଓ କଶ୍ମୀରର ଅନନ୍ତନାଗ-ରାଜୌରୀରୁ ପିଡିପି ସଭାପତି ମେହବୁବା ମୁଫତି ମଧ୍ୟ ମଇଦାନରେ ଅଛନ୍ତି। ସେହିପରି ପଶ୍ଚିମବଙ୍ଗ ତାମଲୁକ ଆସନରୁ ବିଜେପି ପ୍ରାର୍ଥୀ ଅଭିଜିତ ଗଙ୍ଗୋପଧ୍ୟାୟ, ହରିୟାଣା କର୍ଣ୍ଣଲ ଆସନରୁ ବିଜେପି ପକ୍ଷରୁ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, ଗୁରଗ୍ରାମରୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ କୁରୁକ୍ଷେତ୍ର ଆସନରୁ ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ ଓ ବିହାର ପୁରଭିରୁ ବିଜେପି ପ୍ରାର୍ଥୀ ରାଧାମୋହନ ସିଂହଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ