Masthead

ଆଜି ଆଇପିଏଲ ଫାଇନାଲ ମୁକାବିଲା, ଚେପକରେ ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ଫାଇନାଲ ମ୍ୟାଚ । ଚେନ୍ନାଇ ଚେପକ ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଲାକତା ନାଇଟ୍ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ଏଥିଲାଗି କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ବର କ୍ରିକେଟ୍ ଜଗତ ଉତ୍ସାହିତ। କ୍ରିକେଟ୍‌ର ସବୁଦିଗରୁ ଦୁଇଟି ଯାକ ଦଳ ମହାଶକ୍ତିଶାଳୀ ହୋଇଥିବାରୁ ଆଜି ଫାଇନାଲ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ମଧ୍ୟ ଏହି ବହୁ ପ୍ରତୀକ୍ଷିତ ମେଗା ଲଢ଼େଇ ପାଇଁ ପୂରା ପ୍ରସ୍ତୁତ ରହିଛି। ରାତି ୭ଟା ୩୦ରୁ ଆରମ୍ଭ ହେବାକୁ ଥିବା ମହାଲଢ଼େଇ ପାଇଁ ଦୁଇ ଦଳର ଖେଳାଳି ମଧ୍ୟ ଉଲ୍ଲସିତ ଅଛନ୍ତି। କୋଲକାତା ନାଇଟ୍ ରାଇଡର୍ସର ଫାଇନାଲ୍ ପ୍ରବେଶ ତୁଳନାତ୍ମକ ଭାବେ ଅଧିକ ଆଧିପତ୍ୟଭରା ରହିଛି। ତୃତୀୟ ଥର ବିଜେତା ହେବା ଲକ୍ଷ୍ୟରେ ଥିବା କୋଲକାତା ଟେବୁଲ ଟପ୍ପର ହୋଇ କ୍ବାଲିଫାୟର୍‌-୧ ଖେଳିଥିଲା। ସେଠାରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲା।

ଅନ୍ୟପକ୍ଷରେ ହାଇଦ୍ରାବାଦ କ୍ବାଲିଫାୟର-୧ରେ ପରାଜିତ ହେବା ପରେ ଏଲିମିନେଟର୍‌ ରୂପରେ ପାଇଥିବା ଦ୍ବିତୀୟ ସୁଯୋଗର ଭରପୂର ସଦୁପଯୋଗ କରିଥିଲା। ସେଠାରେ ରାଜସ୍ଥାନ ରୟାଲ୍ସକୁ ସହଜରେ ପରାସ୍ତ କରି ଫାଇନାଲ୍ ଟିକେଟ୍ ଛଡ଼ାଇ ନେଇଥିଲା। ହାଇଦ୍ରାବାଦ ପାଖରେ ଏବେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ସୁବର୍ଣ୍ଣ ସୁଯୋଗ ପହଞ୍ଚିଛି। ଫାଇନାଲ୍‌ରେ ବିଜୟ ହେଲେ କୋଲକାତାଠାରୁ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହ ଟ୍ରଫି ହାତେଇବାର ଗୌରବ ହାସଲ କରିବ ପ୍ୟାଟ୍ କମିନ୍ସଙ୍କ ଦଳ। କୋଲକାତା ଓ ହାଇଦ୍ରାବାଦ ପରସ୍ପର ବିପକ୍ଷରେ ୨୭ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ କୋଲକାତା ୧୮ ଓ ହାଇଦ୍ରାବାଦ ମାତ୍ର ୯ ମ୍ୟାଚ୍‌ରେ ବିଜୟୀ ହୋଇଛି। ଗତ ୬ଟି ମୁକାବିଲାରେ କୋଲକାତାର ଜୟ-ପରାଜୟ ରେକର୍ଡ ହେଉଛି ୪-୨। ଚେନ୍ନାଇରେ ଦୁଇ ଦଳ ଦ୍ବିତୀୟ ଥର ଲାଗି ଭେଟାଭେଟି ହେବେ। ଦୁଇ ଦଳ ମଧ୍ୟରେ ଏଠାରେ ଖେଳାଯାଇଥିବା ପ୍ରଥମ ଓ ଏକମାତ୍ର ମ୍ୟାଚ୍‌କୁ କୋଲକାତା ୧୦ ରନ୍‌ରେ ଜିତି ନେଇଥିଲା। ଆଇପିଏଲ୍‌ ପ୍ଲେଅଫ୍‌ରେ ୪ଥର ପରସ୍ପରର ମୁକାବିଲା କରି ଦୁଇଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ