Masthead

ହାର୍ଦ୍ଦିକଙ୍କ ଡିର୍ଭୋସ ଚର୍ଚ୍ଚା, ପୁଅର ଫଟୋ ସେୟାର କଲେ ଭାଇ କ୍ରୁନାଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୀବନରେ କିଛି ବି ଠିକ୍‌ ଚାଲିନାହିଁ। ପ୍ରଥମେ ଆଇପିଏଲ୍‌ ୨୦୨୪ରେ ଖରାପ ପ୍ରଦର୍ଶନ ପରେ ଏବେ ବିବାହ ବିଚ୍ଛେଦ ନେଇ ଖବର ଚର୍ଚ୍ଚାରେ ରହିଛି। ପତ୍ନୀ ନତାଶା ଷ୍ଟାନକୋଭିକଙ୍କଠାରୁ ପାଣ୍ଡ୍ୟା ଅଲଗା ହେବାକୁ ଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏସବୁ ମଧ୍ୟରେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେବାକୁ ନେଇ ଚକିତ କଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ଅହମ୍ମଦାବାଦ ମିରର୍‌ ରିପୋର୍ଟ ମୁତାବକ, ଯଦି ପାଣ୍ଡ୍ୟା ନତାଶାଙ୍କୁ ଛାଡ଼ପତ୍ର ଦିଅନ୍ତି ତେବେ ନିଜ ସମ୍ପତ୍ତିର ୭୦% ନତାଶାଙ୍କୁ ଦେବାକୁ ହେବ ବୋଲି ଶୁଣିବାକୁ ମିଳୁଛି । ତେବେ ଏହାରି ମଧ୍ୟ ଆଉ ଗୋଟିଏ ଖବର ସାମ୍ନାକୁ ଆସିଛି ।

ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ କିଛି ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟ ନଜର ଆସିଛନ୍ତି । ଫଟୋ ପୋଷ୍ଟ କରି କ୍ରୁନାଲ କ୍ୟାପସନରେ ଲେଖିଛନ୍ତି ‘ହାପି ପ୍ଲେସ’ । ଯେଉଁ ଫଟୋରେ କ୍ରୁନାଲ ଅଗସ୍ତ୍ୟ ସହ ଖେଳୁଥିବାର ନଜର ଆସିଛନ୍ତି । ଯାହା ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି । ଆଉ ଏହି ପୋଷ୍ଟରେ ନତାସା ସ୍ମାଇଲ ଇମୋଜି ପୋଷ୍ଟ କରିବା ସହ ଫଟୋକୁ ଲାଇକ କରିଛନ୍ତି ।

ପ୍ରତି ବର୍ଷ ହାର୍ଦ୍ଦିକଙ୍କ ପତ୍ନୀ ନତାଶା ଆଇପିଏଲ୍‌ ସମୟରେ ଷ୍ଟାଡିୟମକୁ ଆସୁଥିଲେ । ହେଲେ ଏହି ସିଜନରେ ସେ ଆସି ନ ଥିଲେ। କେବଳ ଏତିକି ନୁହେଁ ନିକଟରେ ସେ ଇନଷ୍ଟାଗ୍ରାମରୁ ହାର୍ଦ୍ଦିକଙ୍କ ସହ କିଛି ଫଟୋ ଡିଲିଟ୍‌ କରିଦେଇଛନ୍ତି। ଏଥିସହ ନିଜର ପାଣ୍ଡ୍ୟା ସରନେମ୍‌କୁ ହଟାଇ ଦେଇଛନ୍ତି। ଏହାକୁ ନେଇ ଉଭୟ ଅଲଗା ହେବାକୁ ଯାଉଥିବା ଚର୍ଚ୍ଚା ବଢ଼ିବାରେ ଲାଗିଛି। ତେବେ ୨୦୨୦ ଜାନୁଆରୀ ୨୦ରେ ପାଣ୍ଡ୍ୟା ଦୀର୍ଘଦିନର ପ୍ରେମିକା ନତାଶାଙ୍କୁ ପ୍ରପୋଜ କରିଥିଲେ। ଜୁଲାଇ ୩୦ରେ ଉଭୟଙ୍କ ପ୍ରଥମ ସନ୍ତାନ ଅଗସ୍ତ୍ୟ ଜନ୍ମଗ୍ରହଣ କରିଥିଲା। ଗତ ବର୍ଷ ଭ୍ୟାଲେଣ୍ଟାଇନ୍‌ ଡେ ଅବସରରେ ଦୁହେଁ ଉଦୟପୁରରେ ବିବାହ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା