‘ରେମାଲ୍‌’ ତାଣ୍ଡବ: ୧୦ ଜଣଙ୍କ ମୃତ୍ୟୁ, ୧୫ ଲକ୍ଷରୁ ଅଧିକ ଘର ନଷ୍ଟ

ପଶ୍ଚିମବଙ୍ଗ(ବଡ଼ ଖବର ବ୍ୟୁରୋ):  ବାଂଲାଦେଶରେ ବାତ୍ୟା ‘ରେମାଲ’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ନେଇ ବାଂଲାଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ରେମାଲ’ ପ୍ରଭାବରେ ଭାଙ୍ଗି ଯାଇଛି ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଘର । ୩୫ ହଜାରରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ, ୧୦ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ୍ କରାଯାଇଛି । ରେମାଲ’ ପଛରେ ଛାଡ଼ି ଯାଇଛି ଅନେକ ଚିହ୍ନ । କୋଲକାତା ସମେତ ପୂରା ପଶ୍ଚିମବଙ୍ଗରେ ଅନେକ କ୍ଷୟକ୍ଷତି ଘଟାଇଛି । କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି, କେଉଁଠି ନଦୀ ବନ୍ଧ ଭୁଶୁଡ଼ି ଯାଇଛି । ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, ହାୱଡା, ହୁଗୁଳି ଜିଲ୍ଲା ସମେତ ବାଂଲାଦେଶରେ ତାଣ୍ଡବ ରଚିଛି ରେମାଲ ।

ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ ଗତକାଲି ଲ୍ୟାଣ୍ଡଫଲ୍ କରିବା ପରେ ଏହି କ୍ଷୟକ୍ଷତି ଘଟାଇଛି। ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଏକ ଅବପାତରେ ପରିଣତ ହୋଇସାରିଛି। ବାତ୍ୟାରେ ବାସସ୍ଥାନ ହରାଇଥିବା ଲୋକଙ୍କ ଲାଗି ବିଭିନ୍ନ ସ୍ଥାନରେ ୯ ହଜାରରୁ ଅଧିକ ଆଶ୍ରୟ ସ୍ଥଳ ଖୋଲାଯାଇଛି। ବିଭିନ୍ନ ଆଶ୍ରୟ ସ୍ଥଳରେ ପ୍ରାୟ ୮ ଲକ୍ଷ ଲୋକେ ଆଶ୍ରୟ ନେଇଛନ୍ତି। ୧୪ ଶହରୁ ଅଧିକ ଡାକ୍ତରୀ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୨୯ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ