Masthead

ବିଧାୟକଙ୍କ ନାଁରେ ୧୦୧ ୱାରେଣ୍ଟି… ଏବେ ଧରାପଡ଼ିଲେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଧାୟକଙ୍କ ନାଁରେ ୧୦୧ ଓ୍ୱାରେଣ୍ଟ ଜାରି । ହେଲେ୨୬ ବର୍ଷ ଧରି ଥିଲେ ଫେରାର। ଏବେ ଫାଶରେ ପଡ଼ିଛନ୍ତି । ୨୬ ବର୍ଷ ଧରି ଫେରାର ଥିବା ସାଧାବାଦୀ ପାର୍ଟି ବିଧାୟକଙ୍କୁ ଏବେ ଗିରଫ କରିଛି ପୁଲିସ। ଏଭଳି ଦୃଶ୍ୟ ଦେଖିବାକୁ ମଳିଛି ଉତ୍ତରପ୍ରଦେଶର ମେରଠରେ । ଅଭିଯୁକ୍ତ ବିଧାୟକ ହେଲେ ରଫିକ୍ ଅନସାରୀ । ରଫିକ୍ ଅନସାରୀଙ୍କୁ ବାରବାଙ୍କିର ଜୟତପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ସୋମବାର ଗିରଫ କରାଯାଇଛି। ଆଇନଗତ ଭାବେ ସମାଜବାଦୀ ପାର୍ଟି ବିଧାୟକ ରଫିକ୍ ଅନସାରୀ ୨୬ ବର୍ଷ ଧରି ଫେରାର ଥିଲେ।

ତାଙ୍କ ବିରୋଧରେ ୧୦୧ ଥର ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା। କିନ୍ତୁ ତାଙ୍କର ଗିରଫଦାରୀ ହୋଇ ପାରିନଥିଲା। ଏହାକୁ ନେଇ ଆହ୍ଳାବାଦ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ବିଧାୟକଙ୍କୁ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଗିରଫଦାରୀକୁ ଏଡାଇବା ପାଇଁ ସେ ହାଇକୋର୍ଟଙ୍କ ନିକଟକୁ ଯିବାକୁ ମଧ୍ୟ ଚେଷ୍ଟା କରୁଥିଲେ । କିନ୍ତୁ ଏହାରି ଭିତରେ ମେରଠ ସର୍ଭିଲାନ୍ସ ଏବଂ ବାରବାଙ୍କି ପୁଲିସ ତାଙ୍କୁ ଗିରଫ କରିଛି। ବିଧାୟକଙ୍କୁ ଗିରଫ କରିବା ପରେ ପୁଲିସ ସୋମବାର ରାତି ପ୍ରାୟ ୯ଟାରେ ବାରବାଙ୍କିରୁ ମେରଟ ଆଣି ତାଙ୍କୁ କୋର୍ଟରେ ହାଜର କରିଥିଲା। ବିଧାୟକଙ୍କ ନାମରେ ପ୍ରଥମ ୱାରେଣ୍ଟ ୧୯୯୭ରେ ଜାରି କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି