Masthead

ବିଜେଡିକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଧର୍ମଶାଳା ନିର୍ବାଚନମଣ୍ଡଳିର ଜାରକା ମହୋତ୍ସବ ପଡ଼ିଆରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଦଳୀୟ ସମାବେଶକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଦଳୀୟ କର୍ମୀ ଓ ସମର୍ଥକମାନଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟରୁ ଅପାରଗ ସରକାରକୁ ବିତାଡିତ କରିବାକୁ ଆହ୍ୱାନ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଧର୍ମଶାଳା ବିଜେପି ପ୍ରାର୍ଥୀନୀ ସ୍ମୃତିରେଖା ପହି ଓ ସାଂସଦ ପ୍ରାର୍ଥୀ ରବିନ୍ଦ୍ର ନାରାୟଣ ବେହେରାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନିଜେ ନିଜକୁ ସମ୍ଭାଳିବାକୁ ସକ୍ଷମ ନଥିବା ବେଳେ ସାଢେ ଚାରି କୋଟି ଓଡିଆଙ୍କ ଉପରେ ଶାସନ କରିବାକୁ ତାମିଲନାଡୁରୁ ଗୋଟେ ଲୋକକୁ ଭଡାରେ ଆଣିଛନ୍ତି ବୋଲି କହିଛନ୍ତି। ଭଡ଼ାରେ କଣ ଶାସନ ଚାଲେ କି ବୋଲି ପ୍ରଶ୍ନ କରିଛନ୍ତି। ଗୁମାସ୍ତା କହିଛନ୍ତି ଆମ ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନମନ୍ତ୍ରୀଙ୍କ ସହିତ ଭଲ ସମ୍ପର୍କ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡ଼ିଶାକୁ ୧ନଂ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ ସବୁ ସମ୍ପର୍କ ତୁଟେଇ ଦେଉଛି ବୋଲି କହିଛନ୍ତି। ଏଥି ସହିତ ସେ ସ୍ବାଧିନ ପ୍ରାର୍ଥୀଙ୍କୁ ତେରେଛା ଆକ୍ରମଣ କରି କହିଛନ୍ତି ବିଜେପି ର ବିଜୟ ଯାତ୍ରାକୁ ଅଟକାଇବା ପାଇଁ ଜଣେ ନୀଳବର୍ଣ୍ଣ ଶୃଗାଳ ଗେରୁଆ ଗାମୁଛା ପକାଇ ବୁଲୁଛନ୍ତି । ବିଜେପିକୁ କ୍ଷତି ପହଞ୍ଚାଇ ଥିବାରୁ ତାକୁ ବିଦା କରିବାକୁ ଶପଥ ନିଅନ୍ତୁ ବୋଲି କହି ଭୋଟ ମାଗିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!