Masthead

ଯାଯାବର ଜୀବନ

ଗଣିଆ, (ବଡ଼ ଖବର ବ୍ୟୁରୋ): ଇତିହାସ ପୃଷ୍ଠାରୁ ଜଣାଯାଏ ଯେ ଆଦିମ ଯୁଗରେ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଘୂରିବୁଲୁଥିଲା । ସେଠାରେ ଖାଦ୍ୟ ସରିଗଲେ ଅନ୍ୟ ସ୍ଥାନ ବାଛୁଥିଲା । ଯୁଗ ବଦଳି ଯାଇଛି । ଅଧୁନିକ ସଭ୍ୟତାରେ ବଞ୍ଚୁଛନ୍ତି ଲୋକେ । କିନ୍ତୁ ଆଜି ମଧ୍ୟ ଆଦିମ ମାନବଙ୍କ ଜୀବନ ଜିଉଁଛନ୍ତି ମାଲ୍ହର ସମ୍ପ୍ରଦାୟର ଆଦିବାସୀ ଲୋକେ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସରକାରୀ ଯୋଜନା ଏମାନଙ୍କ ଲାଗି ସାତସପନ । ନା’ ଅଛି ରାସନକାର୍ଡ ନା ଅଛି ସ୍ଥାୟୀଘର । ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

କଟକ ଜିଲ୍ଲା ନରସିଂହପୁର ଶିଶୁପଥର ଗ୍ରାମରୁ କେତେକ ମାଲହର ଜାତିର ଆଦିବାସୀ ଆସି ଗଣିଆ ବ୍ଲକର ବିଭିନ୍ନ ଜଙ୍ଗଲରୁ ମହୁ, ଝୁଣା ଓ କନ୍ଦା ଆଦି ସଂଗ୍ରହ କରୁଛନ୍ତି । ଏଥିରୁ ଯାହା ଦି’ପଇସା ମିଳେ ସେତିକିରେ ଚଳୁଛି ପରିବାର । ବିପଦପୂର୍ଣ୍ଣ ଭାବେ ଜଙ୍ଗଲରେ ବସବାସ କରନ୍ତି ଏମାନେ । ସବୁବେଳେ ରହେ ଜୀବନକୁ ଭୟ । ଖାଇବାକୁ ଦାନା ନାହିଁ କି ପିନ୍ଧିବାକୁ ଭଲଖଣ୍ଡେ କନା ନାହିଁ । ସରକାରୀ ଯୋଜନାରେ ଏମାନଙ୍କୁ ସାମିଲ୍ କରାଇ ଥଇଥାନର ବ୍ୟବସ୍ଥା କରାଗଲେ ବାକି ଜୀବନ ଖୁସିରେ କାଟି ପାରନ୍ତେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ସେପଟେ ଶିକ୍ଷାରୁ ବଞ୍ଚିତ ହୋଇଥିବା ସେମାନଙ୍କ ପିଲାଙ୍କୁ ସୁବିଧା ସୁଯୋଗ ମିଳିଲେ ଆଗକୁ ବଢ଼ିପାରନ୍ତେ ବୋଲି ମଧ୍ୟ କହିଛନ୍ତି । ସରକାରଙ୍କ ଦୃଷ୍ଟି ଏମାନଙ୍କ ଉପରେ କେବେ ପଡୁଛି ବଡ଼ ଖବର ଅପେକ୍ଷା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ