Masthead

ଯୌନ ନିର୍ଯାତନା ମାମଲା, ୩୫ ଦିନ ପରେ ରେଭାନ୍ନାଙ୍କୁ ଗିରଫ କଲା SIT

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୂର୍ବତନ ସାଂସଦ ପ୍ରଜ୍ବଳ ରେଭାନ୍ନାଙ୍କୁ ଗିରଫ କଲା ଏସଆଇଟି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ବଳ ରେଭାନ୍ନା ଗିରଫ । ୩୫ ଦିନ ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ପ୍ରଜ୍ବଳଙ୍କୁ ଗିରଫ କଲା ଏସଆଇଟି । ଏକାଧିକ ଯୌନ ନିର୍ଯାତନା ମାମଲାରେ ପ୍ରଜ୍ବଳ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜର୍ମାନୀ ପଳାୟନ କରିଥିଲେ ପ୍ରଜ୍ବଳ ରେବନ୍ନା । ଗତକାଲି ରାତିରେ ପ୍ରଜ୍ୱଳ ରେଭାନ୍ନା ଜର୍ମାନୀରୁ ବାଙ୍ଗାଲୁରୁ ଫେରିଥିବା ବେଳେ ଏସଆଇଟି ଟିମ୍‌ ତାଙ୍କୁ ତୁରନ୍ତ ବାନ୍ଧିଥିଲା। ମହିଳା ପୁଲିସ୍‌ କର୍ମୀଙ୍କ ଏକ ଟିମ୍‌ ତାଙ୍କୁ ଧରି ସିଆଇଡି ଅଫିସ ଅଭିମୁଖେ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ରାତି ସାରା ପଚରାଉଚରା ହୋଇଥିବା ଜଣାଯାଇଛି। ଏସଆଇଟି ଟିମ୍‌ ଏୟାରପୋର୍ଟରୁ ପ୍ରଜ୍ୱଳଙ୍କ ସହ ଦୁଇଟି ସୁଟକେଶ୍‌ ବି ନେଇ ଯାଇଥିବା ଜଣାଯାଇଛି। ପ୍ରଜ୍ୱଳ ରେଭାନ୍ନାଙ୍କୁ ଆଜି ମେଡିକାଲ ଟେଷ୍ଟ ନିମନ୍ତେ ସରକାରୀ ହସ୍ପିଟାଲ ନିଆଯିବ ।

ଏଥିସହ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ । ସେଠାରେ ପୋଲିସ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରେ ବୋଲି ଆକଳନ କରାଯାଉଛି। ଏଥିସହ ଫରେନ୍ସିକ ଟିମ୍‌ ପ୍ରଜ୍ୱଳ ରେଭାନ୍ନାଙ୍କ ଅଡିଓ ସାମ୍ପଲ ଟେଷ୍ଟ କରାଯିବ । ଫଳରେ ଭାଇରାଲ ସେକ୍ସ ଭିଡିଓରେ ଶୁଣା ଯାଉଥିବା ସ୍ୱର ପ୍ରଜ୍ୱଳଙ୍କର ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ୨୦୦୦ ମହିଳାଙ୍କ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଦେଶ ଛାଡି ନିଜ ରାଜନୈତିକ ଭିସାକୁ ବ୍ୟବହାର କରି ଜର୍ମାନୀକୁ ଫେରାର ହୋଇଯାଇଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼