ମ୍ୟାଜିକ୍‌ ନମ୍ବର ଡେଇଁଲା ବିଜେପି, ଅରୁଣାଚଳରେ ପୁଣି ବିଜେପି ସରକାର

ଅରୁଣାଚଳପ୍ରଦେଶ (ବଡ଼ ଖବର ବ୍ୟୁରୋ): ଅରୁଣାଚଳ ପ୍ରଦେଶରେ ପୁଣି ସରକାର ଗଢିବ ବିଜେପି । ଆଜି ଏହି ରାଜ୍ୟର ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଥିବାବେଳେ, ରାଜ୍ୟର ୬୦ ବିଧାନସଭା ଆସନରୁ ୩୧ଟି ଆସନରେ ବିଜୟ ଲାଭ କରି ବହୁମତ ହାସଲ କରିଛି ବିଜେପି । ତେବେ ବର୍ତ୍ତମାନ ସୁଦ୍ଧା ଦଳ ୩୧ଟି ଆସନରେ ବିଜୟ ଲାଭ କରିବା ସହିତ ୧୪ଟି ଆସନରେ ଆଗୁଆ ରହିଛି । ଗଣତି ପ୍ରକ୍ରିୟା ଚାଲୁଥିବାରୁ ସିଟ୍ ସଂଖ୍ୟା ବୃଦ୍ଧି ପାଇ ପାରେ ବୋଲି ଅନୁମାନ କରାଯାଉଛି । ହେଲେ ୩୧ ସିଟ୍ ବିଜୟ ସହିତ ଅରୁଣାଚଳ ପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଢିବାକୁ ଯାଉଥିବା ସ୍ପଷ୍ଟ ହେଇଛି ।

ଏହା ବ୍ୟତୀତ ଏନପିପି ୪ଟି ସିଟ୍ ଜିତିଛି ଏବଂ ୨ଟିରେ ଆଗରେ ଅଛି। ରାଜ୍ୟରେ ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ହୋଇଥିବାବେଳେ ବିଜେପି ଏହାକୁ ଟପି ଯାଇ ୩୯ ଆସନ ନିଜ ଦଖଲକୁ ନେଇଛି। ଅର୍ଥାତ୍ ବିଜେପି ନେତୃତ୍ୱାଧିନ ପେମା ଖାଣ୍ଡୁଙ୍କ ଦଳ ପୁଣି ସରକାର ଗଢିବାକୁ ଯାଉଛି। ଯାହାକୁ ନେଇ ରାଜ୍ୟର ବିଜେପି ଶିବିର ଉତ୍ସବ ମୁଖର ହୋଇ ଉଠିଛି। ଘୋଷଣା ପୂର୍ବରୁ ବିଜେପି କର୍ମୀ ଓ ନେତାମାନେ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଶନ କରିଛନ୍ତି। ପରସ୍ପରକୁ ମିଠା ବାଣ୍ଟିଛନ୍ତି। ଆଜି ସକାଳୁ ଅରୁଣାଚଳରେ ମତ ଗଣନା ଜାରି ରହିଥିବାବେଳେ ବିଜେପି ଆଗରେ ଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ