Masthead

ବିଜେଡିର ପରାଜୟ ପରେ ଶଙ୍ଖ ଭବନରେ ଗର୍ଜିଲେ କର୍ମୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ପରାଜୟ ପରେ ଶଙ୍ଖ ଭବନରେ ଗର୍ଜିଲେ ବିଜେଡି କର୍ମୀ। ଯୁବ ବିଜେଡି କର୍ମୀଙ୍କୁ ବୁଝାଇବାକୁ ପ୍ରଣବ ପ୍ରକାଶ ଦାସ ଡାକିଥିଲେ ବୈଠକ । ତେବେ ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ବରିଷ୍ଠ ନେତାମାନେ ଏ ପର୍ୟ୍ୟନ୍ତ ପାଟି ଫିଟାଇନାହାନ୍ତି। ଯୁବ-ଛାତ୍ର ନେତାମାନେ କିନ୍ତୁ ଭୀଷଣ କ୍ଷୁବ୍ଧ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତା ବାହାରେ ସେମାନେ ଦେଖିପାରୁନାହାନ୍ତି। ରାସ୍ତାରେ ଯିଏ ପ୍ରତିବନ୍ଧକ ସାଜିଛନ୍ତି ସେମାନେ ଦଳର ଶତ୍ରୁ ବୋଲି ଗର୍ଜିଛନ୍ତି ।

ସାମାଜିକ ଗଣମାଧ୍ୟମରେ ସେମାନେ ଭି କେ ପାଣ୍ଡିଆନଙ୍କୁ ବିଜେଡି ପରାଜୟ ପାଇଁ ଦାୟୀ କରି ଶଙ୍ଖ ଭବନ ମାଟି ନମାଡ଼ିବା ପାଇଁ ଚେତାବନୀ ଦେଉଥିଲେ। ଗତକାଲି ସନ୍ଧ୍ୟାରେ ଶଙ୍ଖ ଭବନରେ ଏହି ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି ପରିସ୍ଥିତିରେ ପାଣ୍ଡିଆନ ଓ ତାଙ୍କ ବଚସ୍କର ସାଜିଥିବା ନେତାଙ୍କୁ ଶଙ୍ଖ ଭବନରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେଶଙ୍ଖ ଭବନ ଆଗରେ ବହୁ ଯୁବ ଓ ଛାତ୍ର ନେତାଙ୍କ ରଣହୁଙ୍କାର ଦେଖିବାକୁ ମିଳିଥିଲା । ସେମାନେ ସେଠାରେ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧରେ ନାରାବାଜି କଲେ।

ଏମାନେ ସମସ୍ତେ ମିଶି ବିଜେଡିକୁ ବୁଡ଼ାଇଦେଲେ ବୋଲି ଆରୋପ ଲଗାଇଥିଲେ । ଏହି ସମୟରେ ସେଠାରେ ମୁଖପାତ୍ର ଲେନିନ୍ ମହାନ୍ତି ଓ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପାଣ୍ଡିଆନ ଦଳକୁ ବୁଡ଼ାଇଲା ପରେ ବି ଗତକାଲି ତାଙ୍କୁ ସୁରକ୍ଷା ଦେଇ ସସ୍ମିତ ପାତ୍ର କାହିଁକି ସାମ୍ବାଦିକ ସମ୍ମିଳନୀ କଲେ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏଥି ପାଇଁ କିଏ ଅନୁମତି ଦେଇଥିଲା ? ଲେନିନ୍ ମହାନ୍ତି ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିବାରୁ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ । ପାଣ୍ଡିଆନଙ୍କ ଚାମ୍‌ଚା ସାଜି କିଛି ମୁଖପାତ୍ର ଦଳକୁ ତଳିତଳାନ୍ତ କରିଛନ୍ତି ବୋଲି ସେମାନେ ଗର୍ଜିଥିଲେ । ପ୍ରିୟବ୍ରତ ମଧ୍ୟ ସେମାନଙ୍କ ରୋଷରୁ ବାଦ୍ ପଡ଼ିନଥିଲେ। କିଛି ସମୟ ପାଇଁ ସେଠାରେ ଭୀଷଣ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ସମୟରେ ପ୍ରଣବ ଦାସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ। ଯୁବନେତାମାନେ ତାଙ୍କୁ ମଧ୍ୟ ସିଧାସଳଖ ଦାୟୀ କରି ଗାଳି ଦେଇଥିଲେ । ଦୁଇ ଦିନ ହେଲା ସମସ୍ତେ ବିଜେଡିକୁ ‘ପାଣ୍ଡିଆନ ମୁକ୍ତ’ କରିବାକୁ ଉଦ୍ୟମ କରୁଥିଲା ବେଳେ ସସ୍ମିତ ପାତ୍ର କାଲି କାହିଁକି ସାମ୍ବାଦିକ ସମ୍ମିଳନୀ ଡାକି ପାଣ୍ଡିଆନଙ୍କୁ ସୁରକ୍ଷା ଦେଲେ ବୋଲି ସେମାନେ ପଚାରିଥିଲେ। ଯଦି ପାଣ୍ଡିଆନଙ୍କ ସପକ୍ଷରେ କୌଣସି ନେତା ବାହାରି ଦଳକୁ ପୁଣି ବରବାଦ କରିବେ, ତେବେ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି