ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଇତିହାସକୁ ଦ୍ୱିତୀୟଥର ପାଇଁ ଦୋହରାଇଛନ୍ତି ନରେନ୍ଦ୍ର ମୋଦି । ଜବାହରଲାଲ ନେହରୁଙ୍କ ପରେ ପ୍ରଥମଥର ପାଇଁ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଆରମ୍ଭ ହୋଇଛି ମୋଦି ୩.୦ ସରକାର। ରବିବାର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ଶପଥ ନେବା ପରେ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରିଛନ୍ତି। ୨୦୧୪ରେ ମୋଦିଙ୍କ ୧୮ ଜଣ ଓ ୨୦୧୯ରେ ମୋଦିଙ୍କ ସହ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଏଥର ରେକର୍ଡ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେହପରି ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରେ ୨୭ ଜଣ ଓବିସି, ୧୦ ଜଣ ଏସସି, ୫ ଜଣ ଏସ୍ଟି ଓ ୫ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟ ରହିଛନ୍ତି। ୩୦ଜଣଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ ରହିଛନ୍ତି। ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।
କ୍ୟାବିନେଟ ମନ୍ତ୍ରୀ
୧- ରାଜନାଥ ସିଂହ(ବିଜେପି)
୨- ଅମିତ ଶାହ(ବିଜେପି)
୩- ନୀତୀନ ଗଡ଼କରୀ(ବିଜେପି)
୪- ଜେପି ନଡ୍ଡା (ବିଜେପି)
୫- ଶିବରାଜ ସିଂହ ଚୌହାନ(ବିଜେପି)
୬- ନିର୍ମଳା ସୀତାରମଣ(ବିଜେପି)
୭- ଏସ ଜୟଶଙ୍କର(ବିଜେପି)
୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)
୯- ମନୋହର ଲାଲ ଖଟ୍ଟର (ବିଜେପି)
୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍)
୧୧- ପୀୟୂଷ ଗୋଏଲ(ବିଜେପି)
୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)
୧୩- ଲଲନ ସିଂହ (ଜେଡିୟୁ)
୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)
୧୫- ବୀରେନ୍ଦ୍ର କୁମାର(ବିଜେପି)
୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି)
୧୭- ପ୍ରହ୍ଲାଦ ଯୋଶୀ(ବିଜେପି)
୧୮- ଜୁଏଲ ଓରାମ(ବିଜେପି)
୧୯- ଗିରିରାଜ ସିଂହ(ବିଜେପି)
୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି)
୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି)
୨୨- ଭୂପେନ୍ଦ୍ର ଯାଦବ(ବିଜେପି)
୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି)
୨୪- ଅନପୂର୍ଣ୍ଣା ଦେବୀ(ବିଜେପି)
୨୫- କିରଣ ରିଜିଜୁ(ବିଜେପି)
୨୬- ହରଦୀପ ସିଂହ ପୁରୀ(ବିଜେପି)
୨୭- ମନସୁଖ ମାଣ୍ଡଭୀୟ(ବିଜେପି)
୨୮- ଜି କିଶନ ରେଡ୍ଡୀ(ବିଜେପି)
୨୯- ଚିରାର ପାଶୱାନ(ରାମ ବିଲାଶ)
୩୦- ସିଆର ପାଟିଲ(ବିଜେପି) ଭାବେ ଶପଥ ନେଇଛନ୍ତି।
୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
୧- ରାଓ ଇନ୍ଦରଜିତ(ବିଜେପି)
୨-ଜିତେନ୍ଦ୍ର ସିଂହ (ବିଜେପି)
୩- ଅର୍ଜୁନ ରାମ ମେଘୱାଲ(ବିଜେପି)
୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା)
୫- ଜୟନ୍ତ ଚୌଧୁରୀ(ଆରଏଲଡି)
ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା
୧- ଜିତିନ ପ୍ରସାଦ(ବିଜେପି)
୨- ଶ୍ରୀପଦ ନାଏକ(ବିଜେପି)
୩- ପଙ୍କଜ ଚୌଧୁରୀ(ବିଜେପି)
୪- କ୍ରିଷ୍ଣ ପଲ ଗୁରଜାର (ବିଜେପି)
୫- ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)
୬- ନିତ୍ୟାନନ୍ଦ ରାଏ(ବିଜେପି)
୭- ଅନୁପ୍ରିୟା ପଟେଲ(ଆପନା ଦଳ)
୮- ଭି ସୋମନ୍ନା(ବିଜେପି)
୯- ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି)
୧୦- ଏସ୍ପି ସିଂହ ବଘେଲ(ବିଜେପି)
୧୧- ଶୋଭା କରନ୍ଦାଲାଜେ(ବିଜେପି)
୧୨- ବିଏଲ ବର୍ମା(ବିଜେପି)
୧୩- ଶାନ୍ତନୁ ଠାକୁର(ବିଜେପି)
୧୪-ସୁରେଶ ଗୋପି(ବିଜେପି)
୧୫- ଏଲ ମୁରଗାନ(ବିଜେପି)
୧୬- ଅଜୟ ଟାମଟା(ବିଜେପି)
୧୭- ବନ୍ଦି ସଞ୍ଜୟ କୁମାର(ବିଜେପି)
୧୮-କମଲେଶ ପାଶ୍ୱାନ(ବିଜେପି)
୧୯- ଭାଗୀରଥ ଚୌଧୁରୀ (ବିଜେପି)
୨୦- ସତୀଶ ଦୁବେ (ବିଜେପି)
୨୧- ସଞ୍ଜୟ ସେଠ(ବିଜେପି)
୨୨-ରବନୀତ ସିଂହ ବିଟ୍ଟୁ(ବିଜେପି)
୨୩- ଦୁର୍ଗାଦାସ ଉଇକି(ବିଜେପି)
୨୪- ରକ୍ଷା ଖଡସେ(ବିଜେପି)
୨୫- ଶୁକାନ୍ତ ମଜମୁଦର(ବିଜେପି)
୨୬- ସାବିତ୍ରୀ ଠାକୁର(ବିଜେପି)
୨୭- ତୋଖନ ସାହୁ(ବିଜେପି)
୨୮- ରାଜଭୂଷଣ ଚୌଧୁରୀ (ବିଜେପି)
୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା(ବିଜେପି)
୩୦- ହର୍ଷ ମାଲହୋତ୍ରା(ବିଜେପି)
୩୧- ନିମୁବେନ ବାମଭାଣିୟା (ବିଜେପି)
୩୨- ମରୁଲୀଧର ମୋହର(ବିଜେପି)
୩୩- ଜର୍ଜ କୁରିୟନ(ବିଜେପି)
୩୪- ପବିତ୍ର ମାର୍ଗେରିଟା
୩୫- କୀର୍ତ୍ତିବର୍ଦ୍ଧନ ସିଂହ
୩୬- ଶ୍ରୀନିବାସ ବର୍ମା