Masthead

ପାଣି ଟୋପାଏ ପାଇଁ ଡହଳ ବିକଳ ସହରବାସୀ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ସହରର ୧୧ ଟି ୱାର୍ଡକୁ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ଫଳରେ ସହରରେ ଏବେ ଦେଖା ଦେଇଛି ଉତ୍କଟ ଜଳ ସମାସ୍ୟା । ବର୍ଷାର ଅଭାବ ଯୋଗୁ ଜଳ ପ୍ରକଳ୍ପ ଗୁଡିକ ଭୟଙ୍କର ଭାବେ ପ୍ରଭାବିତ ହୋଇ ପଡିଛି । ସବୁଠାରୁ ବଡ ଗୁରୁତ୍ଵପୂର୍ଣ୍ଣ କଥା ହେଲା ପ୍ରଥମଥର ପାଇଁ ବଡ଼ଘାଗରା ଜଳଭଣ୍ଡାର ଶୁଖିଯିବା ସହ ମାଟି ଫାଟି ଆଁ କଲାଣି । ଫଳରେ ୱାଟକୋ ପକ୍ଷରୁ କେନ୍ଦୁଝର ସହରର ୧୧ ଟି ୱାର୍ଡକୁ ଏବେ ୬ ଦିନ ହେବ ପାଇପ ଯୋଗେ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।

ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବା ବେଳେ ପିଇବା ପାଣି ଟୋପାଏ ପାଇଁ ସହରବାସୀ ଡହଳ ବିକଳ ହେଉଛନ୍ତି । ଜଳଭଣ୍ଡାରରେ ପାଣି ନାହିଁ ଯାହା ଅଳ୍ପ ଆଣ୍ଠୁଥାଏ କାଦୁଅ ପଚ ପଚ ପାଣି ଅଛି ଲୋକେ ସେଠାରେ ପଶି ମାଛ ଧରିଲେଣି । ଏବେ ସହରରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ୱାଟକୋ ବିଭାଗ ନାକେଦମ୍ ହୋଇ ପଡ଼ିଲାଣି । କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳରେ ଏବେ ଦେଖିବାକୁ ମିଳିଛି ଉତ୍କଟ ଜଳ ସମସ୍ୟାର ବିକଳ ଚିତ୍ର । ସକାଳୁ ସକାଳୁ ଲୋକେ ଦାଣ୍ଡ ଦୁଆରେ ଗରା, ବାଲଟି, ଡେକଚି ଧରି ଖରା ତରାରେ ଘଣ୍ଟା ଘଣ୍ଟା ଧରି ଚାତକ ପରି ଚାହିଁ ରହୁଛନ୍ତି ପାଣି ଟ୍ୟାଙ୍କର କୁ କେତେ ବେଳେ ପାଣି ଟ୍ୟାଙ୍କର ଆସିବ ଓ ସେମାନେ ପାଣି ଟୋପାଏ ପାଇବେ ।

କେନ୍ଦୁଝର ସହରର ୨୧ ଟି ୱାଡରୁ ୧୧ ଟି ୱାଡରେ ଏବେ ପାନୀୟ ଜଳର ସଙ୍କଟ ଦେଖା ଦେଇଛି । ଆଉ ୧୧ ଟି ୱାର୍ଡକୁ କାନ୍ଝାରୀ ଡ୍ୟାମ୍ରୁ ଜଳ ଯୋଗାଣ ହୁଏ ଓ ବଡ ଘାଗରା ଜଳଭଣ୍ଡାର ରୁ ୧୦ ଟି ୱାର୍ଡକୁ ଜଳ ଯୋଗାଣ ହୋଇଥାଏ । ବଡ଼ଘାଗରା ଜଳ ଭଣ୍ଡାରରୁ କେନ୍ଦୁଝର ସହରକୁ ପ୍ରତିଦିନ ୬୦ ଲକ୍ଷ ଲିଟର ଜଳ ୧ ନଂ ୱାର୍ଡରୁ ୮ ନଂ ୱାର୍ଡ ଓ ୧୪ ଏବଂ ୧୫ ନମ୍ବର ଓ୍ବାର୍ଡକୁ ଜଳ ବଣ୍ଟନ ହୋଇଥାଏ । ମାତ୍ର ବଡ଼ ଘଗରା ଜଳଭଣ୍ଡାର ରେ ଏବେ ସଂପୂର୍ଣ୍ ଶୁଖି ଯାଇଥିବାରୁ ଚଳିତ ମାସ ୧୪ ତାରିଖ ଠାରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଫଳରେ ୬ ଦିନ ଧରି ୱାଟକୋ ବିଭାଗ ପକ୍ଷରୁ ୧୮ ଗୋଟି ଟ୍ୟାଙ୍କର ଯୋଗେ ପାଣି ପହଞ୍ଚାଇବାକୁ ଉଦ୍ୟମ କରି ନାକେଦମ ହୋଇପଡିଛି । ତାହା ପୁଣି ଦିନରେ ଥରେ ମାତ୍ର ଯୋଗାଇବା ସମ୍ଭବ ପର ହେଉଛି । ପୂର୍ବରୁ ଜଳ ଭଣ୍ଡାରର ଏପରି ଅବସ୍ଥା କେବେ ଅଞ୍ଚଳବାସୀ ଦେଖି ନଥିବା କହିଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ପ୍ରକୋପ ଏମିତି ହୋଇଛି ଯେ ବଡ଼ଘାଗରାର ବିଶାଳ ଜଳଭଣ୍ଡାର ଶୁଖିଯିବା ସହ ମାଟି ଫାଟି ଆଁ ।

ଫଳରେ ଚଳିତ ମାସ ୧୪ ତାରିଖ ରୁ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ କରାଯାଇଛି ଓ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ୱାଟକୋ ପକ୍ଷରୁ ସୂଚନା ଦିଆଯାଇଛି । ସୁଚନା ଯୋଗ୍ୟ ଯେଏହି ଡ୍ୟାମ୍ର ସଂପୂର୍ଣ୍ଣ ଜଳ ଧାରଣ କ୍ଷମତା ହେଉଛି ୧୯୬୨ ଆରଏଲ (ରେଡିୟସ ଲେଭଲ)। ଏବେ ଡ୍ୟାମ୍ରେ ୧୯୩୨ ଆରଏଲ ଜଳ ରହିବା କଥା। ମାତ୍ର ଏବେ ମିନିମମ ତଳକୁ ଜଳସ୍ତର ରହିଥିବାରୁ ଜଳ ଯୋଗାଣରେ ବାଧା ଉପୁଜିଥିବା ୱାଟକୋ ବିଭାଗ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ