Masthead

ସରପଞ୍ଚଙ୍କ ଦାଦାଗିରି

ପାରାଦୀପ (ବଡ଼ ଖବର ବ୍ୟୁରୋ): ବିଜେପି ସମର୍ଥିତ ସରପଞ୍ଚଙ୍କ ଆତଙ୍କରାଜ । ରାଜନୈତିକ ଆକ୍ରୋଶ ରଖି ଅସାମାଜିକ ଯୁବକଙ୍କୁ ଧରି ଭୂତମୁଣ୍ଡାଇ ବଜାରରେ ଖେଳାଇଲେ ଆତଙ୍କ। ନିଜେ ସରପଞ୍ଚ ଦୋକାନକୁ ପଥର ଫୋପାଡୁଥିବାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ବଜାର କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ନିର୍ବାଚନ ପୂର୍ବରୁ ଭୂତମୁଣ୍ଡାଇ ସରପଞ୍ଚ ରୋହିତ ଜେନା ବିଜେଡି ଦଳରେ ଥିଲେ ।

ମାତ୍ର ନିର୍ବାଚନ ସମୟରେ ସେ ବିଜେପିରେ ଯୋଗ ଦେବା ସହିତ ବିଜେପି ପାଇଁ କାମ କରୁଥିଲେ। ଉକ୍ତ ସମୟରେ ସେ ବଜାର କମିଟିକୁ ଧମକ ଦେଉଥିବା ବେଳେ ବିଜେପି ବିଧାୟକ ବିଜୟୀ ହେବା ପରେ ଏବେ ଆତଙ୍କ ଖେଳାଇଥିବା ଅଭିଯୋଗ କରିଛନ୍ତି ଭୂତମୁଣ୍ଡାଇ ବଜାର କମିଟି । ଗତ ରବିବାର ରାତିରେ ସରପଞ୍ଚ ରୋହିତ କୁମାର ଜେନା ଓ ତାଙ୍କର କିଛି ଯୁବ ସମର୍ଥକ ଭୂତମୁଣ୍ଡାଇ ବଜାର କମିଟିର ସଭାପତି ସୁରେଶ ଖଟେଇଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଦୀର୍ଘ ସମୟ ଧରି ରୋହିତ ଓ ତାଙ୍କ ସହିତ ଆସିଥିବା ଯୁବକମାନେ ତାଙ୍କ ଦୋକାନ ସମ୍ମୁଖରେ ଆତଙ୍କ ଖୋଳାଇଥିଲେ।

ଏପରିକି ରୋହିତ ନିଜେ ଏକ ପଥର ଧରି ଦୋକାନକୁ ଫୋପାଡିବା ସହିତ ସୁରେଶଙ୍କୁ ମାରିଦେବାକୁ ଉଦ୍ୟମ କରିଥିବା ଲକ ଥାନାରେ ଏତଲା ଦେଇଛନ୍ତି ସୁରେଶ। ଦୋକାନରେ ଲାଗିଥିବା ସିସିଟିଭିରେ ଏହା ରେକର୍ଡ ହୋଇଥିବା ଭିଡିଓ ମଧ୍ୟ ଥାନାରେ ଦେଇଛନ୍ତି। ଘଟଣାକୁ ଦୁଇଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନେଇନଥିବାରୁ ଉଦବେଗ ପ୍ରକାଶ କରିଛି ବଜାର କମିଟି। ତେବେ ଘଟଣାର ତଦନ୍ତ ଚାଲିଥିବାରୁ ଏବେ କିଛି କହି ହେବ ନାହିଁ ବୋଲି ଲକ ଥାନା ଆଇଆଇସି କୁଳମଣୀ ସେଠି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ