Masthead

ଟି-୨୦ ବିଶ୍ୱକପ୍‌: ପାଣ୍ଡ୍ୟା-କୁଲଦୀପଙ୍କ ଝଡ଼ରେ ବାଂଲାଦେଶ ଘାଇଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟି୨୦ ବିଶ୍ୱକପର ସୁପର୍‌-୮ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୫୦ ରନରେ ଜିତି କ୍ରମାଗତ ବିଜୟ ହାସଲ କରିଛି ଭାରତ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ବଳରେ ଦଳ ୨୦ ଓଭରରେ ୫ ଉଇକେଟ ହରାଇ ୧୯୬ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୪୬ ରନ୍‌ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ରୋହିତ ଶର୍ମା ୨୩ ଓ ବିରାଟ କୋହଲି ୩୭ ପ୍ରଥମ ୱିକେଟରେ ୩୯ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ରିଷଭ ପନ୍ତ ୩୬ ରନ୍‌ କରିଥିଲେ। ଶିବମ ଦୁବେ କ୍ରିଜ୍‌ରେ ଯୋଗ ଦେଇ୨୪ ବଲ୍‌ରୁ ୩୪ ରନ୍‌ କରି ଆଉଟ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା୨୭ ବଲ୍‌ ଖେଳି ୫୦ ରନ୍‌ କରିବା ସହ ଶେଷ ଯାଏ ଅପରାଜିତ ରହିଥିଲେ। ହାର୍ଦ୍ଦିକଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା।

ବାଂଲାଦେଶ ପକ୍ଷରୁ ତାଞ୍ଜିମ ହସନ ଶକିବ ଓ ରିଶଦ ହୋସେନ୍‌ ୨ଟି ଲେଖାଏ, ଶାକିବ ଅଲ ହସନ ଗୋଟିଏ ଉଇକେଟ ନେଇଥିଲେ। ୧୯୭ ରନ୍‌ ଲକ୍ଷ୍ୟରେ ବାଂଲାଦେଶ ପ୍ରଥମ ୪ ଓଭରରେ ୩୫ ରନ୍‌ କରିଥିଲା। ପଞ୍ଚମ ଓଭରରେ ଲିଟନ ଦାସ(୧୩)ଙ୍କୁ ଆଉଟ କରି ପ୍ରଥମ ବ୍ରେକ୍‌ ଥ୍ରୁ ପ୍ରଦାନ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା।ବାଂଲାଦେଶ ପକ୍ଷରୁ ଅଧିନାୟକ ନଜମୁଲ ହୋସେନ ଶନ୍ତୋ ୪୦, ତାଞ୍ଜିଦ ହସନ ୨୯ ଓ ରିଶଦ ହୋସେନ ୨୪ ରନ୍‌ କରିଥିଲେ। ଗୋଟିଏ ପଟରୁ ଯଶପ୍ରୀତ୍‌ ବୁମ୍‌ରା କଞ୍ଜୁସ ବୋଲିଯ କରୁଥିବା ବେଳେ କୁଲଦୀପ ଯାଦବଙ୍କ ସ୍ପିନ ଯାଦୁ ଦେଖିବାକୁ ମିଳିଥିଲା। ମାତ୍ର ୧୯ ରନ୍‌ ଦେଇ କୁଲଦୀପ ୩ ବାଂଲାଦେଶୀ ବ୍ୟାଟରଙ୍କୁ ସେ ଆଉଟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂ ଦୁଇଟି ଲେଖାଏ, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଉଇକେଟ ନେଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼