Masthead

ଯୌନ ନିର୍ଯାତନା ମାମଲା, ପ୍ରଜ୍ଜ୍ୱଳଙ୍କ ଭାଇ ସୂରଜ ରେଭାନ୍ନା ଗିରଫ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା ଗିରଫ। ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ହାସନ ପୁଲିସ ଗିରଫ କରିଛି। ସୂରଜ ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଜେଡିଏସର ବିଧାନ ପରିଷଦ ସଦସ୍ୟ ସୂରଜ ଜଣେ ୨୭ ବର୍ଷୀୟ କାର୍ୟ୍ୟକର୍ତ୍ତାଙ୍କୁ ଫାର୍ମ ହାଉସରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଶନିବାର ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ପୋଲିସ୍ ତାଙ୍କ ନାଁରେ ମାମଲା ରୁଜୁ କରି ଗିରଫ କରିଛି।

ହୋଲେନାରସିପୁରା ସ୍ଥାନୀୟ ପୁଲିସ ଶନିବାର ଆଇପିସି ଧାରା ୩୭୭ (ଅସ୍ୱାଭାବିକ ଯୌନ ସମ୍ପର୍କ), ୩୪୨ (ବନ୍ଧକ ରଖିବା), ୫୦୬(ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ ଉଭୟ ସୂରଜ ରେଭାନ୍ନା ଏବଂ ତାଙ୍କ ଘନିଷ୍ଟ ଶିବକୁମାରଙ୍କୁ ଅଭିଯୁକ୍ତ କରିଛି। ମାମଲା ରୁଜୁ କରିବା ପୂର୍ବରୁ ପୀଡିତ ଯୁବକ ଜଣ ରାଜ୍ୟ ଗୃହମନ୍ତ୍ରୀ ତଥା ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ ଲେଖିଥିଲେ। ଏଫଆଇଆର୍‌ ଅନୁସାରେ ପୀଡିତ ଯୁବକଙ୍କୁ ଜୁନ୍‌ ୧୬ ତାରିଖରେ ସୂରଜ ତାଙ୍କ ଫାର୍ମ ହାଉସ୍‌କୁ ଡାକିଥିଲେ।

ଏହାପରେ ସେ ୬ଟା ୧୫ରେ ସୂରଜଙ୍କୁ ଭେଟିବାକୁ ଯାଇଥିଲେ। ଏହାପରେ ସୂରଜ ବଳପୂର୍ବକ ସେଠାରେ ତାଙ୍କ ଗାଲ ଓ ଓଠକୁ କିସ୍‌ କରିଥିଲେ। ଯଦି ସେ ସହଯୋଗ ନ କରିବେ, ଓ ଏ ବିଷୟରେ କାହାକୁ କୁହନ୍ତି ତା’ହେଲେ ତାଙ୍କୁ ମାରିଦେବେ ବୋଲି ସୂରଜ ଧମକ ଦେଇଥିଲେ। କେବଳ ସେତିକି ନୁହେଁ ସୂରଜ ରେଭାନ୍ନା ତାଙ୍କୁ ଚାକିରି ଦେବା ଏବଂ ରାଜନୀତିରେ ଆଣିବା ପାଇଁ ଆଶ୍ୱାସନା ଦେଇଥିବା ପୀଡିତ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଅନୁଯାୟୀ ମାମଲାର ତଦନ୍ତ ଜାରି ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା