Masthead

ନାରୀନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 

ଟାଙ୍ଗୀ-ଚୌଦ୍ୱାର, (ବଡ଼ ଖବର ବ୍ୟୁରୋ):

କଟକ ଜିଲ୍ଲା ଚୌଦ୍ଵାର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ପୌଳପାଳିକା ୧୯ ନମ୍ବର ୱାର୍ଡ କେଦାରେଶ୍ୱର ତାରେଣୀ ମନ୍ଦିର ପାଖରେ ରହୁଥିବା ଏକ ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।

ମୃତକ ମହିଳା ଜଣକ ହେଲେ ଚୌଦ୍ୱାର ବିଜେପି ମଣ୍ଡଳର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶାନ୍ତି ମୂଖାର୍ଜୀ । ସେ ଉକ୍ତ ଅଞ୍ଚଳରେ ୧୦ବର୍ଷ ହେବ ଘରଭଡ଼ା ରେ ପୁଅ ସହ ରହୁଥିଲେ । ପୁଅ ଦିନ ୧ଟାରେ ଖେଳିବାକୁ ଯାଇଥିଲା,ଖେଳିସାରି ଘରକୁ ଫେରିବା ବେଳେ ଦେଖିଲେ ଯେ ମା ବେକରେ ଲୁଗା ଦେଇ ପଙ୍ଖାରେ ଝୁଲୁଛି ।

ପୁଅ ଏହି ଘଟଣା ଦେଖି ସ୍ଥାନୀୟ ପଡ଼ୋଶୀଙ୍କୁ ଲୋକ ମାନଙ୍କୁ ଡାକିଥିଲା,ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ମାନେ ଚୌଦ୍ୱାର ଥାନା କୁ ଖବର ଦେଇଥିଲେ । ଖବର ପାଇ ଚୌଦ୍ଵାର ପୋଲିସ , ସାଇଣ୍ଟିଫିକ ଟିମ  ଘଟଣା ସ୍ଥଳରେ ପହଁଁଚି ଥିଲେ ।

ବ୍ୟବଛେଦ ତଥା ସମ୍ପୂର୍ଣ୍ଣ ତଦନ୍ତ ସରିଲା ପରେ ପ୍ରକୃତ ଘଟଣା ବିଷୟରେ ଜଣାପଡିବ ବୋଲି ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ