Masthead

ନାରୀନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

 

ଟାଙ୍ଗୀ-ଚୌଦ୍ୱାର, (ବଡ଼ ଖବର ବ୍ୟୁରୋ):

କଟକ ଜିଲ୍ଲା ଚୌଦ୍ଵାର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ପୌଳପାଳିକା ୧୯ ନମ୍ବର ୱାର୍ଡ କେଦାରେଶ୍ୱର ତାରେଣୀ ମନ୍ଦିର ପାଖରେ ରହୁଥିବା ଏକ ଘରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି ।

ମୃତକ ମହିଳା ଜଣକ ହେଲେ ଚୌଦ୍ୱାର ବିଜେପି ମଣ୍ଡଳର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶାନ୍ତି ମୂଖାର୍ଜୀ । ସେ ଉକ୍ତ ଅଞ୍ଚଳରେ ୧୦ବର୍ଷ ହେବ ଘରଭଡ଼ା ରେ ପୁଅ ସହ ରହୁଥିଲେ । ପୁଅ ଦିନ ୧ଟାରେ ଖେଳିବାକୁ ଯାଇଥିଲା,ଖେଳିସାରି ଘରକୁ ଫେରିବା ବେଳେ ଦେଖିଲେ ଯେ ମା ବେକରେ ଲୁଗା ଦେଇ ପଙ୍ଖାରେ ଝୁଲୁଛି ।

ପୁଅ ଏହି ଘଟଣା ଦେଖି ସ୍ଥାନୀୟ ପଡ଼ୋଶୀଙ୍କୁ ଲୋକ ମାନଙ୍କୁ ଡାକିଥିଲା,ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ମାନେ ଚୌଦ୍ୱାର ଥାନା କୁ ଖବର ଦେଇଥିଲେ । ଖବର ପାଇ ଚୌଦ୍ଵାର ପୋଲିସ , ସାଇଣ୍ଟିଫିକ ଟିମ  ଘଟଣା ସ୍ଥଳରେ ପହଁଁଚି ଥିଲେ ।

ବ୍ୟବଛେଦ ତଥା ସମ୍ପୂର୍ଣ୍ଣ ତଦନ୍ତ ସରିଲା ପରେ ପ୍ରକୃତ ଘଟଣା ବିଷୟରେ ଜଣାପଡିବ ବୋଲି ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି