ଚାନ୍ଦବାଲି ପୋଲିସର ଦବଙ୍ଗଗିରି, ଦଳିତ ମହିଳାଙ୍କୁ ଆକ୍ରମଣ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ପୋଲିସର ଅମାନୁସିକ କାଣ୍ଡ ଥାନ ଆଗରେ ସର୍ବ ସମୁଖରେ ଦଳିତ ମହିଳା ଏବଂ ତାଙ୍କ ସାଥିରେ ଆସିଥିବା ନାବାଳିକା ନଣଦକୁ ପୋଲିସ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଚାନ୍ଦବାଲିଥାନା ଅଧିନ ଵଂରେଇ ପୁର ଗାଁରେ ଜଣେ ମହିଳା ଏବଂ ତାଙ୍କର ନାବାଳିକା ନଣଦକୁ ନେଇ ତାଙ୍କ ସ୍ଵାମୀଙ୍କୁ ଭେଟିବାକୁ ଆସିଥିବା ବେଳେ ସଂପୃକ୍ତ ମହିଳାଙ୍କ ଛୋଟଛୁଆର ଚପଲ ଥାନା ଭିତରେ ପଡି ଯାଇଥିଲା କାହିଁକି ଥାନା ଭିତରେ ଚପଲ ପକାଇଲ ବୋଲି କହି କନେଷ୍ଟବଳ ରବି ସେଠୀ ଏବଂ ଏସଆଇ ନେପାଳି ସାହା ମହିଳାଙ୍କୁ ମାଡ଼ ମାରିବା ସହିତ ଅସଭ୍ୟ ଭାସାରେ ଗାଳି ଗୁଲଜ କରି ମହିଳା ଜଣଙ୍କୁ ଆକ୍ରମଣ କରିଥିଲେ ।

ମହିଳା ଜଣକ ମାଡ଼ ଖାଇବା ପରେ ପାଟିତୁଣ୍ଡ କରିବାରୁ ଥାନାର କାର୍ଯ୍ୟରତ ଏସଆଇ ନେପାଳୀ ସାହା ଏବଂ ଦୁଇଜଣ ପୁରଷ କନେଷ୍ଟବଳଙ୍କୁ ଡାକି ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରି ଲହୁଲୁହାଣ କରିବା ସହ ତାଙ୍କ ନାବାଳିକା ନଣଦକୁ ମଧ୍ୟ ମାଡ ମାରିବାକୁ ପଛାଇ ନଥିଲେ । ଏହି ଘଟଣାକୁ ସ୍ଥାନୀୟ କିଛି ଯୁବକ ନିଜ ମୋବାଇଲେ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଛାଡ଼ିଥିବା ଦେଖିବାକୁ ମିଳିଛି। ଏନେଇ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆକ୍ରମଣରେ ଶିକାର ହୋଇଥିବା ମହିଳା ଜଣଙ୍କ ଚାନ୍ଦବାଲି ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।ସମ୍ପୃକ୍ତ ଘଟଣାର ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚରଣ ମଲ୍ଲିକ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ