Masthead

ଟି-୨୦ ବିଶ୍ବକପ୍‌: ଇଂଲଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଟି-୨୦ ବିଶ୍ବକପ୍‌ ଫାଇନାଲରେ ଭାରତ । ଇଂଲଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ । ଇଂଲଣ୍ଡକୁ ୬୮ ରନ୍‌ରେ ହରାଇଲା ଭାରତ । ଭାରତ ସ୍କୋର- ୧୭୧/୭, ଇଂଲଣ୍ଡ ୧୦୩ରେ ଅଲଆଉଟ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ ୬୮ ରନ୍‌ରେ ହରାଇଲା ଭାରତ। ଚଳିତ ବିଶ୍ୱକପରେ ଭାରତର ଏହା ସର୍ବଶେଷ୍ଠ ପ୍ରଦର୍ଶନ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ପରାସ୍ତ କରିଛି ଭାରତୀୟ ଟିମ୍। ୨୯ ରେ ବାରବାଡୋସରେ ଦକ୍ଷିଣ ଆଫ୍ରିକା ସହିତ ଟାଇଟଲ୍ ପାଇଁ ଲଢେଇ କରିବ। ଟିମ୍ ଇଣ୍ଡିଆ ୧୦ ବର୍ଷ ପରେ ଟି -୨୦ ବିଶ୍ୱକପ୍ ଫାଇନାଲକୁ ଉନ୍ନୀତ ହୋଇଛି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ରୋହିତ ଶର୍ମା ଏବଂ ସୂର୍ୟ୍ୟକୁମାର ଯାଦବ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

ଟସ ହରି ବ୍ୟାଟିଂ ପାଇଁ ଡାକରା ପାଇ ଭାରତ ୨୦ ଓଭରରେ ମୋଟ ୧୭୧ ରନ୍ କରିଥିଲା। ଭାରତ ୫.୨ ଓଭରରେ ୪୦ ରନ୍ କରି ସଂଘର୍ଷ କରୁଥିବା ବେଳେ ରୋହିତ ଏବଂ ସୂର୍ଯ୍ୟକୁମାର ୭୩ ରନ ଦୃଢ ଭାଗିଦାରୀ କରିଥିଲେ। ରୋହିତ ୩୯ ବଲ୍ରୁ ୫୭ ରନ୍ କରିଥିବାବେଳେ ସୂର୍ଯ୍ୟକୁମାର ୩୬ ବଲରେ ୪୭ ରନ୍ କରିଥିଲେ। ଦ୍ୱିତୀୟ ଇନିଂସରେ ଅକ୍ଷର ପଟେଲ ୨୩ ରନ ବ୍ୟୟ କରି ୩ ୱିକେଟ୍ ନେଇ ଇଂଲଣ୍ଡର ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ କୁଲଦୀପ ଯାଦବ ମଧ୍ୟ ୪ ଓଭରରେ ୧୯ ରନ୍ ବ୍ୟୟ କରି ୩ ୱିକେଟ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପାଇଁ ହାରି ବୃକ ସର୍ବାଧିକ ୨୫ ରନ୍ ସ୍କୋର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ