Masthead

ଇନୋଭା କୁ ଧକ୍କା ଦେଇ ଓଲଟିଲା ବସ,୨ମୃତ

ବୌଦ୍ଧ,(ବଡ଼ ଖବର ବ୍ୟୁରୋ):

ବୌଦ୍ଧ-ଅନୁଗୁଳୁ ସୀମାନ୍ତ କିଆକଟା ଛକରେ ଇନୋଭା କୁ ଧକ୍କା ଦେଇ ଉମାକାନ୍ତ ବୃନ୍ଦାବନ ନାମକ ଯାତ୍ରୀବାହୀ ବସ ଓଲଟି ପଡି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣା ସ୍ଥଳରେ ମୃତ୍ୟ ବରଂ କରିଥିବା ଦୁଇ ଯାତ୍ରୀ ଙ୍କ ମଧ୍ୟରୁ ଜଣେ ଇନୋଭା କାର ଚାଳକ ଭବାନୀପାଟଣା ର ଦନାର୍ଦନ ମହାପାତ୍ର ଏବଂ ଅନ୍ୟ ଜଣେ ବଲାଙ୍ଗୀର ଜିଲ୍ଲାର ଶ୍ରୀକୃଷ୍ଣ ପଟେଲ ବୋଲି ଜଣାପଡିଛି । ସେହିପରି ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଯାତ୍ରୀ ମାନେ ନୟାଗଡ଼,ଖୋର୍ଦ୍ଧା, ବ୍ରହ୍ମପୁର, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି । ୮  ଗୁରୁତର ଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ପରିଚୟ ମିଳି ପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ-ଅନୁଗୁଳୁ ୫୩ ନଂ ଜାତୀୟ ରାଜପଥର କିଆକଟା ଛକରେ ଅନୁଗୁଳୁ ରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ଇନୋଭା କାର ଟି କିଆକଟା ଛକରେ ଛିଡା କରି ପରିଶ୍ରା ପାଇଁ ଯାଇଥିଲେ । ଏହି ସମୟରେ ସମ୍ବଲପୁର ହୀରାକୁଦ ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା “ଉମାକାନ୍ତ ବୃନ୍ଦାବନ ” ଘରୋଇ ଯାତ୍ରୀବାହୀ ବସ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଇନୋଭା କାର କୁ ଧକ୍କା ଦେଇ ୩୦ ମିତ୍ର ଦୂରରେ ବସ ଟି ଓଲଟି ପଡିଥିଲା । ଫଳରେ ବସ ରେ ଥିବା ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣ ଗୁରୁତର ଅବସ୍ଥାରେ ବୌଦ୍ଧ ଡକ୍ତରଖାନାରେ ଭର୍ତି ହୋଇ ଥିବାବେଳେ ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବୌଦ୍ଧ ସିଡ଼ିଏମଓ । ଅନ୍ୟପଟେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି