Masthead

ସତ୍ୟ ଉନ୍ମୋଚନ ହେବାରୁ ଅର୍ଦ୍ଧେନ୍ଦୁ ବାବୁଙ୍କୁ ଗିରଫ କରିଥିଲେ ଆଉଟସୋର୍ସିଂ ସରକାର: ଦେବେନ୍ଦ୍ର ପୃଷ୍ଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ମୁଁ ଅନେକ ଖବରକାଗଜରେ କାମ କରିଛି । ମୋ ରାଜନୈତିକ କ୍ୟାରିୟର ଭିତରେ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖିଛି । ସେମାନଙ୍କ ସହିତ କାମ କରିବାର ସୁଯୋଗ ପାଇଛି । ହେଲେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଭଳି ଏକ ଭୟଭୀତ ସରକାର କେବେ ଦେଖିନି । ଏହି ସରକାର ଆଉଟସୋର୍ସିଂ ଓ ଅଫିସର ରାଜ୍ ସରକାର ଥିଲା । ଯେ କି ସତ୍ୟକୁ ସର୍ବଦା ଭୟ କରୁଥିଲା । ତାହାର ଏକମାତ୍ର ଜ୍ୱଳନ୍ତ ଉଦାହରଣ ଥିଲା ଅର୍ଦ୍ଧେନ୍ଦୁବାବୁଙ୍କ ଗିରଫ କରାଯିବା ଘଟଣା । ସତ୍ୟକୁ ଭୟ କରୁଥିବା ବିଜେଡି ସରକାର ଅର୍ଦ୍ଧେନ୍ଦୁ ବାବୁଙ୍କୁ ଗିରଫ କରି ସବୁ କଳାକାରନାମା ଉପରେ ପରଦା ପକାଇବାକୁ ଚେଷ୍ଟା କରିଥିଲା ।

ରତ୍ନଭଣ୍ଡାର ଖୋଲିବା ନେଇ ଅର୍ଦ୍ଧେନ୍ଦୁ ବାବୁ ଯେଉଁ ସ୍ୱର ଉତ୍ତୋଳନ କରିଥିଲେ ଓ ବିଜେଡିରେ କିପରି ବାବୁ ରାଜ୍ ଚାଲିଛି ତାର ପରଦାଫାସ କରିବା ଉପରେ ସ୍ୱର ଉଠାଇବାରୁ ତାଙ୍କୁ ଏପରି ଦଶା ଭୋଗିବାକୁ ପଡିଥିଲା । ଏହା ତ ମୋ ମତରେ ଏକ କଳା ଦିନ ଯେଉଁ ଦିନ ବିଜେଡି ସରକାର ତାଙ୍କୁ ହାଜତରେ ପୂରାଇଲା । କେବଳ ଅର୍ଦ୍ଧେନ୍ଦୁ ବାବୁ ନୁହନ୍ତି ଜୁନ୍ ୨୯ ତାରିଖ ଆମଭଳି ସମସ୍ତ ସାମ୍ବାଦିକଙ୍କ ପାଇଁ କଳାଦିବସ ବୋଲି ମୁଁ କହୁଛି । ବିଜେଡି ଯେ କେବଳ ଅର୍ଦ୍ଧେନ୍ଦୁ ବାବୁଙ୍କୁ ଗିରଫ କରି ତାଙ୍କର ଓ ତାଙ୍କ ଚ୍ୟାନେଲର ମୁହଁ ବନ୍ଦ କରିଛି ତାହା ନୁହେଁ । ସମ୍ବାଦ ଭଳି ରାଜ୍ୟର ଅଗ୍ରଣୀ ଖବରକାଗଜକୁ ବି କମ୍ ନିର୍ଯାତନା ଦେଇନାହାନ୍ତି ।

ତାଙ୍କ ଉପରେ ବିଜ୍ଞାପନ ରୋକ୍ ଲାଗିଲା । ମୋତେ କିଛି କାରଣ ନଥାଇ ସାକ୍ଷୀ ଭାବେ ଅଭିହିତ କରି ୩୦ ଘଣ୍ଟାକାଳ ଜେରା କରାଗଲା । ଏସବୁ ପଛରେ କେବଳ ନିଜ ପାପ ଲୁଚାଇବାର ଭୟ ଘାରିଥିଲା ବିଜେଡିକୁ । ଜଣେ ତାମିଲ ଲୋକର ଇସାରାରେ କେତେକ ଅଣ ଓଡ଼ିଆ ଅଫିସର ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥାକୁ ହାଇଜାକ୍ କରିନେଇ ଶାସନ ଚଳାଇଥିଲେ । କୌଣସି ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଛାଡ଼ୁନଥିଲେ । କାରଣ କାଳେ କିଏ ସେମାନଙ୍କ କାରନାମା ବିଷୟରେ ଜାଣିଦେବେ । ସତ୍ୟ ଖବର କାଳେ ଲୋକଙ୍କ ପାଖରେ ପହଞ୍ଚିଯିବ ।

ଏନେଇ ସେମାନେ ଭୟ କରୁଥିଲେ । ପଞ୍ଚ ତାରକା ହୋଟେଲରେ ବସି ସରକାରୀ ନିୟମ ପ୍ରଣୟନ କରୁଥିଲେ । ତାହାକୁ ନବୀନ ବାବୁଙ୍କ ନାମରେ ମୋହର ଦେଇ ଆଇନରେ ପରିଣତ କରୁଥିଲେ ଏହି ଅଫିସରମାନେ । ଆଜି ସେମାନଙ୍କୁ ସେମାନଙ୍କ କଲା କର୍ମର ଫଳ ମିଳିସାରିଛି । ବାକି ରହିଲା ଯେଉଁମାନେ ଅର୍ଦ୍ଧେନ୍ଦୁ ବାବୁଙ୍କ ପ୍ରତି ଏପରି ଅନ୍ୟାୟ କରିଛନ୍ତି ସେମାନଙ୍କୁ ଏହି ନୂଆ ସରକାର ଉଚିତ ଦଣ୍ଡ ବିଧାନ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ