Masthead

ସତ୍ୟ ଉନ୍ମୋଚନ ହେବାରୁ ଅର୍ଦ୍ଧେନ୍ଦୁ ବାବୁଙ୍କୁ ଗିରଫ କରିଥିଲେ ଆଉଟସୋର୍ସିଂ ସରକାର: ଦେବେନ୍ଦ୍ର ପୃଷ୍ଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) ମୁଁ ଅନେକ ଖବରକାଗଜରେ କାମ କରିଛି । ମୋ ରାଜନୈତିକ କ୍ୟାରିୟର ଭିତରେ ଅନେକ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦେଖିଛି । ସେମାନଙ୍କ ସହିତ କାମ କରିବାର ସୁଯୋଗ ପାଇଛି । ହେଲେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଭଳି ଏକ ଭୟଭୀତ ସରକାର କେବେ ଦେଖିନି । ଏହି ସରକାର ଆଉଟସୋର୍ସିଂ ଓ ଅଫିସର ରାଜ୍ ସରକାର ଥିଲା । ଯେ କି ସତ୍ୟକୁ ସର୍ବଦା ଭୟ କରୁଥିଲା । ତାହାର ଏକମାତ୍ର ଜ୍ୱଳନ୍ତ ଉଦାହରଣ ଥିଲା ଅର୍ଦ୍ଧେନ୍ଦୁବାବୁଙ୍କ ଗିରଫ କରାଯିବା ଘଟଣା । ସତ୍ୟକୁ ଭୟ କରୁଥିବା ବିଜେଡି ସରକାର ଅର୍ଦ୍ଧେନ୍ଦୁ ବାବୁଙ୍କୁ ଗିରଫ କରି ସବୁ କଳାକାରନାମା ଉପରେ ପରଦା ପକାଇବାକୁ ଚେଷ୍ଟା କରିଥିଲା ।

ରତ୍ନଭଣ୍ଡାର ଖୋଲିବା ନେଇ ଅର୍ଦ୍ଧେନ୍ଦୁ ବାବୁ ଯେଉଁ ସ୍ୱର ଉତ୍ତୋଳନ କରିଥିଲେ ଓ ବିଜେଡିରେ କିପରି ବାବୁ ରାଜ୍ ଚାଲିଛି ତାର ପରଦାଫାସ କରିବା ଉପରେ ସ୍ୱର ଉଠାଇବାରୁ ତାଙ୍କୁ ଏପରି ଦଶା ଭୋଗିବାକୁ ପଡିଥିଲା । ଏହା ତ ମୋ ମତରେ ଏକ କଳା ଦିନ ଯେଉଁ ଦିନ ବିଜେଡି ସରକାର ତାଙ୍କୁ ହାଜତରେ ପୂରାଇଲା । କେବଳ ଅର୍ଦ୍ଧେନ୍ଦୁ ବାବୁ ନୁହନ୍ତି ଜୁନ୍ ୨୯ ତାରିଖ ଆମଭଳି ସମସ୍ତ ସାମ୍ବାଦିକଙ୍କ ପାଇଁ କଳାଦିବସ ବୋଲି ମୁଁ କହୁଛି । ବିଜେଡି ଯେ କେବଳ ଅର୍ଦ୍ଧେନ୍ଦୁ ବାବୁଙ୍କୁ ଗିରଫ କରି ତାଙ୍କର ଓ ତାଙ୍କ ଚ୍ୟାନେଲର ମୁହଁ ବନ୍ଦ କରିଛି ତାହା ନୁହେଁ । ସମ୍ବାଦ ଭଳି ରାଜ୍ୟର ଅଗ୍ରଣୀ ଖବରକାଗଜକୁ ବି କମ୍ ନିର୍ଯାତନା ଦେଇନାହାନ୍ତି ।

ତାଙ୍କ ଉପରେ ବିଜ୍ଞାପନ ରୋକ୍ ଲାଗିଲା । ମୋତେ କିଛି କାରଣ ନଥାଇ ସାକ୍ଷୀ ଭାବେ ଅଭିହିତ କରି ୩୦ ଘଣ୍ଟାକାଳ ଜେରା କରାଗଲା । ଏସବୁ ପଛରେ କେବଳ ନିଜ ପାପ ଲୁଚାଇବାର ଭୟ ଘାରିଥିଲା ବିଜେଡିକୁ । ଜଣେ ତାମିଲ ଲୋକର ଇସାରାରେ କେତେକ ଅଣ ଓଡ଼ିଆ ଅଫିସର ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥାକୁ ହାଇଜାକ୍ କରିନେଇ ଶାସନ ଚଳାଇଥିଲେ । କୌଣସି ସାମ୍ବାଦିକଙ୍କୁ ଲୋକସେବା ଭବନକୁ ଛାଡ଼ୁନଥିଲେ । କାରଣ କାଳେ କିଏ ସେମାନଙ୍କ କାରନାମା ବିଷୟରେ ଜାଣିଦେବେ । ସତ୍ୟ ଖବର କାଳେ ଲୋକଙ୍କ ପାଖରେ ପହଞ୍ଚିଯିବ ।

ଏନେଇ ସେମାନେ ଭୟ କରୁଥିଲେ । ପଞ୍ଚ ତାରକା ହୋଟେଲରେ ବସି ସରକାରୀ ନିୟମ ପ୍ରଣୟନ କରୁଥିଲେ । ତାହାକୁ ନବୀନ ବାବୁଙ୍କ ନାମରେ ମୋହର ଦେଇ ଆଇନରେ ପରିଣତ କରୁଥିଲେ ଏହି ଅଫିସରମାନେ । ଆଜି ସେମାନଙ୍କୁ ସେମାନଙ୍କ କଲା କର୍ମର ଫଳ ମିଳିସାରିଛି । ବାକି ରହିଲା ଯେଉଁମାନେ ଅର୍ଦ୍ଧେନ୍ଦୁ ବାବୁଙ୍କ ପ୍ରତି ଏପରି ଅନ୍ୟାୟ କରିଛନ୍ତି ସେମାନଙ୍କୁ ଏହି ନୂଆ ସରକାର ଉଚିତ ଦଣ୍ଡ ବିଧାନ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ