Masthead

ପଶ୍ଚିମବଙ୍ଗରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ, କୋର୍ଟକୁ ଟଣା ହେବେ ମମତା !

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଥମୁନି ପଶ୍ଚିମବଙ୍ଗରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ । ରାଜ୍ୟପାଳ ସିବି ଆନନ୍ଦ ବୋଷ ଖୋଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମାନ ହାନୀ କରିଥିବା ନେଇ ସେ କୋର୍ଟରେ ଏକ ମକଦ୍ଦମା କରିଛନ୍ତି । ଶୁକ୍ରବାର କୋଲକତା ହାଇକୋର୍ଟରେ ଏନେଇ ସେ ପିଟିସନ୍‌ ଦାଖଲ କରିଛନ୍ତି । ଯାହାକି ମମତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟପାଳଙ୍କ ବାସଭବନ ମହିଳାଙ୍କ ପାଇଁ ବିପଦ । ମହିଳାମାନେ ଆସି ଏଭଳି ଅଭିଯୋଗ କରୁଛନ୍ତି ।’ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେଉଁଥିପାଇଁ ଏବେ ସାରା ରାଜ୍ୟରେ ରାଜନୀତି ସରଗରମ ରହିଛି । ଏହି ବୟାନକୁ ବିରୋଧ କରି ଏବେ ରାଜ୍ୟପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ ମେ ୨ ତାରିଖରେ ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ରାଜଭବନରେ କାର୍ୟ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଥିଲେ ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଦାବି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ