Masthead

ପଶ୍ଚିମବଙ୍ଗରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ, କୋର୍ଟକୁ ଟଣା ହେବେ ମମତା !

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଥମୁନି ପଶ୍ଚିମବଙ୍ଗରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦ । ରାଜ୍ୟପାଳ ସିବି ଆନନ୍ଦ ବୋଷ ଖୋଦ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମାନ ହାନୀ କରିଥିବା ନେଇ ସେ କୋର୍ଟରେ ଏକ ମକଦ୍ଦମା କରିଛନ୍ତି । ଶୁକ୍ରବାର କୋଲକତା ହାଇକୋର୍ଟରେ ଏନେଇ ସେ ପିଟିସନ୍‌ ଦାଖଲ କରିଛନ୍ତି । ଯାହାକି ମମତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟପାଳଙ୍କ ବାସଭବନ ମହିଳାଙ୍କ ପାଇଁ ବିପଦ । ମହିଳାମାନେ ଆସି ଏଭଳି ଅଭିଯୋଗ କରୁଛନ୍ତି ।’ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯେଉଁଥିପାଇଁ ଏବେ ସାରା ରାଜ୍ୟରେ ରାଜନୀତି ସରଗରମ ରହିଛି । ଏହି ବୟାନକୁ ବିରୋଧ କରି ଏବେ ରାଜ୍ୟପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତ ମେ ୨ ତାରିଖରେ ରାଜ୍ୟପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଥିଲା । ପଶ୍ଚିମବଙ୍ଗ ରାଜଭବନରେ କାର୍ୟ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଥିଲେ ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଦାବି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା