ନଦୀ ପାର୍‌ ଅଭ୍ୟାସ୍‌ ବେଳେ ଦୁର୍ଘଟଣା

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଲଦାଖରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଟ୍ୟାଙ୍କ କ୍ରସିଂ ସମୟରେ ଭାରତୀୟ ସେନା ଏକ ବଡ଼ ବିପଦର ସାମ୍ନା କରିଛି। ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ ଜଳସ୍ତର ବଢିଥିଲା । ଜଳସ୍ତର ବଢିବା କାରଣରୁ କିଛି ଟ୍ୟାଙ୍କ୍ ନଦୀରେ ଭାସି ଯାଇଛି । ଏହି ଦୁର୍ଘଟଣାରେ ସେନାର କିଛି ଯବାନ ସହିଦ ହୋଇଥିବା ଆଶଙ୍କା କରାଯାଉଛି । ଟ୍ୟାଙ୍କ ଅଭ୍ୟାସ ବେଳେ ଦୁର୍ଘଟଣା ନେଇ ସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଏହି ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦୌଲତ ବେଗ ଓଲ୍ଡି ଅଞ୍ଚଳରେ ସେନା ଯବାନଙ୍କ ପକ୍ଷରୁ ଟ୍ୟାଙ୍କ ଅଭ୍ୟାସ ଚାଲୁଥିଲା । ଅଭ୍ୟାସ ସମୟରେ ଟ୍ୟାଙ୍କରେ ୪ରୁ ୫ ଜଣ ଯବାନ ରହିଥିଲେ । ଟ୍ୟାଙ୍କ ଭାସିଯିବା ପରେ ଏବେ ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ