କାର୍ତ୍ତିକ ମାସର ପ୍ରଥମ ସୋମବାର ଭକ୍ତ ଭଗବାନଙ୍କ ମଧ୍ଯରେ କରୋନା ବାଧା ।

ଆଠଗଡ଼,(ବଡ଼ ଖବର ବ୍ୟୁରୋ):

ଆଜି ହେଉଛି ପବିତ୍ର ଧର୍ମ ମାସ କାର୍ତ୍ତିକ ।ମାସର ପ୍ରଥମ ସୋମବାର ଆଠଗଡ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ମହାନଦୀ ଗର୍ଭରେ ଅବସ୍ଥିତ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ପୀଠ ଭକ୍ତବୀଯୁକ୍ତ ହୋଇପଡିଛି।କେବଳ ପରମ୍ପରା ଓ ବିଧିରକ୍ଷା କରିବାକୁ ଯାଇ ପୂର୍ବ ରୀତିନୀତି ଅନୁଯାୟୀ କିଛି ସେବାୟତଙ୍କ ଦ୍ବାରା ଆଜି ପ୍ରଭୁଙ୍କ ନୀତିକାନ୍ତି କରାଯାଇଛି।ଆଜି ଭୋର ୩.୧୫ ସମୟରେ ପହଡ ଖୋଲାଯାଇ ମଙ୍ଗଳ ଆଳତୀ ମାଘସ୍ନାନ ପରେ ୧୦୮ ମହାନଦୀର ପବିତ୍ର ଜଳରେ ମହାପ୍ରଭୁଙ୍କ ସ୍ନାନ ପରେ ଠାକୁରଙ୍କୁ ସୁସଜ୍ଜିତ ପୁଷ୍ପରେ ବଡସିଂହାର ବେଶରେ ସଜ୍ଜିତ କରାଯାଇ ଖେଚୁଡି ଭୋଗ ଲାଗି କରାଯାଇ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପହଡ ଖୋଲା ଯାଇଥିଲା ହେଲେ କୋଭିଡ କଟକଣା ପାଇଁ ଶ୍ରଦ୍ଧାଳୁ ମନ୍ଦିରକୁ ଆସୁ ନଥିବାରୁ ଭକ୍ତବୀହୀନ ହୋଇପଡିଛି ଧବଳେଶ୍ବର ପୀଠ ଅନ୍ୟପଟେ ମଧ୍ୟାହ୍ନ ଧୂପ ୧୧ ସମୟରେ କରାଯିବା ପରେ ମହାପ୍ରଭୁଙ୍କ ପହଡ ବନ୍ଦ କରାଯିବ ବୋଲି ପୂଜକ ସମିତିର ସଭାପତି ବିଷ୍ଣୁ ଚରଣ ପତ୍ରୀ ପ୍ରକାଶ କରିଛନ୍ତି।କାର୍ତ୍ତିକ ମାସର ପ୍ରତ୍ଯକ ସୋମବାର ରେ ମହାପ୍ରଭୁ ବଡସିଂହାର ବେଶରେ ଦର୍ଶନ ଦେଇଥାନ୍ତି ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ରହିଛି ଶ୍ରଦ୍ଧାଳୁଙ୍କ ମଧ୍ଯରେ ବିଶ୍ବାସ।ମହାପ୍ରଭୁ କଳା ବଳଦକୁ ଧଳା କରିଥିବାରୁ ବାବା ଧବଳେଶ୍ବର ନାମରେ ବିଖ୍ଯାତ ଠାକୁରଙ୍କ ମାହାତ୍ମ୍ଯ ଓ ଭକ୍ତଙ୍କ ବିଶ୍ବାସ ଏଠାକୁ ଟାଣିଆଣେ ରାଜ୍ଯର କୋଣ ଅନୁକୋଣରୁ ଟାଣି ଆଣେ ଭକ୍ତଙ୍କୁ ହେଲେ କରୋନା କଟକଣା ଭକ୍ତ ଆଉ ଭଗବାନଙ୍କ ମଧ୍ଯରେ ଟାଣି ଦେଇଛି ଲକ୍ଷଣରେଖା ବିନା ଭକ୍ତରେ ପାଳିତ ହେଉଛି ଧବଳେଶ୍ବର ପୀଠରେ ପ୍ରଥମ କାର୍ତ୍ତିକ ସୋମବାର।ଅନ୍ୟପଟେ ପୂଜକ ସମିତି ସରକାରଙ୍କ ନିର୍ଦ୍ଦେଶ କୁ ମାନି ଦୀର୍ଘ ସାତମାସ ହେବ ମନ୍ଦିର ବନ୍ଦ ରଖିଛନ୍ତି ।ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ସେବାୟତମାନେ ଏବେ ଦୁର୍ଦିନରେ ଜୀବନ ବିତାଉଥିବା ବେଳେ ସେବାୟତମାନେ ମନ୍ଦିର ତୁରନ୍ତ ଖୋଲିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’