Masthead

ଲକ୍ଷେ ଟଙ୍କାରେ ୫ ଦିନର ପିଲାକୁ ବିକି ଦେଲା ମାଆ

ପାରାଦୀପ (ବଡ଼ ଖବର ବ୍ୟୁରୋ): ବନ୍ଦର ନଗରୀ ପାରାଦୀପରେ ଏବେ ଚାଞ୍ଚ୍ୟଲ୍ୟ । ଲକ୍ଷେ ଟଙ୍କାରେ ୫ ଦିନର ପିଲାକୁ ବିକ୍ରି କରିଦେଲା ଜନ୍ମ କଲା ମାଆ। ପାରାଦୀପ ନୂଆବଜାରରେ ରହୁଥିବା ସମ୍ପୃକ୍ତ ମହିଳା ଜଣଙ୍କ ଗତ ରବିବାର ଦିନ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଉକ୍ତ ପିଲାଟିକୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ବେଳେ ଉକ୍ତ ଶିଶୁପୁତ୍ରକୁ ସମ୍ପୃକ୍ତ ବ୍ୟକ୍ତି ଭାଇଜାଗ କିମ୍ବା ଆନ୍ଧ୍ର ଅଞ୍ଚଳର ଜଣକୁ ବିକ୍ରି କରିଦେଇଥିବା ଜଣା ପଡିଛି।

ଏ ସମ୍ପର୍କିତ ଖବର ପ୍ରଚାର ହେବାପରେ ସିଡବ୍ଲ୍ୟୁସି ଜଗତସିଂହପୁରର ଅଧ୍ୟକ୍ଷା ଶଙ୍କୁନ୍ତଳା ଚୌଧୁରୀ , ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି, ଜଟାଧାର ସାମୁଦ୍ରିକ ଥାନା ଆଇଆଇସିଙ୍କ ସହିତ ଷଣ୍ଡକୁଦ, ନୂଆବଜାର ଓ ସବଷ୍ଟେସନ ଛକ ମୁଣ୍ଡାପଡା ଅଞ୍ଚଳରେ ତଦନ୍ତ କରିବା ପରେ ପିଲାବିକ୍ରି ଘଟଣା ସ୍ପଷ୍ଟ ହୋଇଛି। କେତେ ଟଙ୍କାରେ ହୋଇଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ସମ୍ପୃକ୍ତ ମହିଳା ଗର୍ଭବତୀ ଥିବା ସମୟରେ ଗର୍ଭପାତ କରାଇବାକୁ ଚାହୁଁଥିଲେ। ମାତ୍ର ସେ ପିଲାଟିକୁ ସ୍ଥାନୀୟ ଜଣେ ବ୍ୟକ୍ତି ନେବାପାଇଁ ଅନୁରୋଧ କରିଥିଲେ ।

ଏପରିକି ମହିଳାଙ୍କ ସମସ୍ତ ଖର୍ଚ୍ଚ ସେ କରିଥିଲେ। ମାତ୍ର ମହିଳା ଜଣକ ପୁତ୍ର ସନ୍ତାନ ଜନ୍ମ ହେବା ପରେ ପିଲାଟିକୁ ଅନ୍ୟଜଣକୁ ବିକ୍ରି କରିଥିବା ସ୍ପଷ୍ଟ କରିଛି ସିଡବ୍ଲ୍ୟୁସି । ପିଲାଟି ଆସନ୍ତାକାଲି ସୁଦ୍ଧା ପୋଲିସ ନିକଟରେ ହାଜର କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ଜଣକ ଏବେ ପାରାଦୀପ ଛାଡି କଟକ ପଳାଇଥିବା ସୂଚନା ଦେଇଛନ୍ତି ମହିଳାଙ୍କ ମାଉସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର