Masthead

ଲକ୍ଷେ ଟଙ୍କାରେ ୫ ଦିନର ପିଲାକୁ ବିକି ଦେଲା ମାଆ

ପାରାଦୀପ (ବଡ଼ ଖବର ବ୍ୟୁରୋ): ବନ୍ଦର ନଗରୀ ପାରାଦୀପରେ ଏବେ ଚାଞ୍ଚ୍ୟଲ୍ୟ । ଲକ୍ଷେ ଟଙ୍କାରେ ୫ ଦିନର ପିଲାକୁ ବିକ୍ରି କରିଦେଲା ଜନ୍ମ କଲା ମାଆ। ପାରାଦୀପ ନୂଆବଜାରରେ ରହୁଥିବା ସମ୍ପୃକ୍ତ ମହିଳା ଜଣଙ୍କ ଗତ ରବିବାର ଦିନ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଉକ୍ତ ପିଲାଟିକୁ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ବେଳେ ଉକ୍ତ ଶିଶୁପୁତ୍ରକୁ ସମ୍ପୃକ୍ତ ବ୍ୟକ୍ତି ଭାଇଜାଗ କିମ୍ବା ଆନ୍ଧ୍ର ଅଞ୍ଚଳର ଜଣକୁ ବିକ୍ରି କରିଦେଇଥିବା ଜଣା ପଡିଛି।

ଏ ସମ୍ପର୍କିତ ଖବର ପ୍ରଚାର ହେବାପରେ ସିଡବ୍ଲ୍ୟୁସି ଜଗତସିଂହପୁରର ଅଧ୍ୟକ୍ଷା ଶଙ୍କୁନ୍ତଳା ଚୌଧୁରୀ , ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି, ଜଟାଧାର ସାମୁଦ୍ରିକ ଥାନା ଆଇଆଇସିଙ୍କ ସହିତ ଷଣ୍ଡକୁଦ, ନୂଆବଜାର ଓ ସବଷ୍ଟେସନ ଛକ ମୁଣ୍ଡାପଡା ଅଞ୍ଚଳରେ ତଦନ୍ତ କରିବା ପରେ ପିଲାବିକ୍ରି ଘଟଣା ସ୍ପଷ୍ଟ ହୋଇଛି। କେତେ ଟଙ୍କାରେ ହୋଇଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ସମ୍ପୃକ୍ତ ମହିଳା ଗର୍ଭବତୀ ଥିବା ସମୟରେ ଗର୍ଭପାତ କରାଇବାକୁ ଚାହୁଁଥିଲେ। ମାତ୍ର ସେ ପିଲାଟିକୁ ସ୍ଥାନୀୟ ଜଣେ ବ୍ୟକ୍ତି ନେବାପାଇଁ ଅନୁରୋଧ କରିଥିଲେ ।

ଏପରିକି ମହିଳାଙ୍କ ସମସ୍ତ ଖର୍ଚ୍ଚ ସେ କରିଥିଲେ। ମାତ୍ର ମହିଳା ଜଣକ ପୁତ୍ର ସନ୍ତାନ ଜନ୍ମ ହେବା ପରେ ପିଲାଟିକୁ ଅନ୍ୟଜଣକୁ ବିକ୍ରି କରିଥିବା ସ୍ପଷ୍ଟ କରିଛି ସିଡବ୍ଲ୍ୟୁସି । ପିଲାଟି ଆସନ୍ତାକାଲି ସୁଦ୍ଧା ପୋଲିସ ନିକଟରେ ହାଜର କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ପ୍ରତିଶ୍ରୁତି ଦେଇଛନ୍ତି। ମହିଳା ଜଣକ ଏବେ ପାରାଦୀପ ଛାଡି କଟକ ପଳାଇଥିବା ସୂଚନା ଦେଇଛନ୍ତି ମହିଳାଙ୍କ ମାଉସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି