ଯାଜପୁର(ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ଯାଜପୁର ସ୍ଥିତ କୁସୁମା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଥିଲା । ବର୍ତ୍ତମାନ କୁସୁମା ବଙ୍ଗଳା ବେଆଇନ୍ ବୋଲି ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ଏନେଇ ପ୍ରଶାସନ ଶୀଘ୍ର ପରିଚାଳନା ରୂପରେଖା ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି । ପୌର ପାଳିକା ଜମିରେ କଟେଜ୍ ତିଆରି ହୋଇଥିବା ସ୍ପଷ୍ଟ ହୋଇଛି ।
ସିଏସ୍ଆର୍ ପାଣ୍ଠିରେ ନିର୍ମାଣ ହୋଇଥିବା ମଧ୍ୟ ସ୍ପଷ୍ଟ ହୋଇଛି । ନିର୍ମାଣ ପରେ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହେବା କଥା କିନ୍ତୁ ବିଳମ୍ବ ହୋଇଛି । ଏବେ ଆମେ ତାକୁ ହାତକୁ ନେବୁ, ପରିଚାଳନା ବ୍ୟବସ୍ଥା କରିବୁ । ସାଧାରଣ ଲୋକ ଯେଭଳି ବ୍ୟବହାର କରିପାରିବେ ଏଥିପାଇଁ ଏସ୍ଓପି ହେବ । ଏହାକୁ ଭଲ ଭାବେ ପରିଚାଳନା କରିବା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ଜିଲ୍ଲାପାଳ ।