Masthead

ଜବର ଦଖଲରେ ଜଙ୍ଗଲ ଜମି

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତିଗାଁ ସଂରକ୍ଷିତ ଜଙ୍ଗଲରେ ଏବେ ଚାଷ ଜମିରେ ପରିଣତ ହେବାରେ ଲାଗିଛି । ଏହି ସଂରକ୍ଷିତ ଜଂଗଲରେ ଖାଲେପାରା ଗ୍ରାମର କିଛି ପରିବାର ଟ୍ରାକ୍ଟର ଲଗାଇ ଚାଷ କରୁଥିବା ବେଳେ ଉକ୍ତ ଗ୍ରାମର ଅନ୍ୟ ଲୋକେ ଏହାକୁ ବିରୋଧ କରିଥିଲେ । ଏନେଇ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ କୌଣସି ଆଧିକାରୀ କର୍ଣ୍ଣପାତ କରୁନାହାଁନ୍ତି । ତେବେ ଏହି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୪ ଶହ ଏକର ଜମିରେ ଟ୍ରାକ୍ଟର ଲଗାଇ ଚାଷ କରାଯାଇଥିବା ଦେଖିବାକୁ ମିଳିଛି । ସୁଚନା ଅନୁଯାୟୀ ହାତିଗାଁ ସଂରକ୍ଷିତ ଜଙ୍ଗଲ ଖାଲେପାରା ଅଞ୍ଚଳରେ ପ୍ରାୟ ଶହ ଶହ ଏକର ଜଂଗଲରୁ ଗଛ କାଟି ଚାଷଜମି ଭାବେ ବ୍ୟବହାରକୁ ନେଇ ଉକ୍ତ ଗ୍ରାମର ଗ୍ରାମ ବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଉକ୍ତ ଗ୍ରାମର ୧୦ ରୁ ୧୨ ପରିବାର ଗଛ କାଟି ସଫା କରି ଚାଷ କରୁଥିବା ବେଳେ ବାକିତକ ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଥିଲେ । ଗତ ଦୁଇବର୍ଷ ପୂର୍ବେ ବନବିଭାଗ ଏଥିରେ ହସ୍ତକ୍ଷେପ କରି ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ଏକର ଜଙ୍ଗଲକୁ ଉଦ୍ଧାର କରି ସୁରକ୍ଷା ନିମନ୍ତେ ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଉଦ୍ଧାର ହୋଇଥିବା ଖାଲି ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ଗୁରୁତ୍ୱ ନଦେବା ଫଳରେ ଏବେ ଏହି ଜମିକୁ ନେଇ ପ୍ରତି ବର୍ଷ ଚାଷ ସମୟରେ ଉତ୍ତେଜନା ଦେଖା ଦେଉଛି । ଗତକାଲି ଉକ୍ତ ଜଂଗଲ ଜମିରେ କିଛି ଲୋକ ଟ୍ରାକ୍ଟର ଲଗାଇ ଚାଷ କରୁଥିବା ବେଳେ ଖାଲେପାରା ଗ୍ରାମର ଜଙ୍ଗଲ ସୁରକ୍ଷା କରୁଥିବା ରାମଚନ୍ ଗଣ୍ଡ , ମାନସିଂ ଗଣ୍ଡ , ଅମିଲ ଗଣ୍ଡ ଓ ସନ୍ତୁ ଗଣ୍ଡଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ଗୁଡ଼ିକକୁ ହଟାଇଥିଲେ । ଏଥିସହିତ ଘଟଣା ସ୍ଥଳରୁ ନବରଙ୍ଗପୁର ଡି ଏଫ୍ ଓ ଓ ରାଇଘର ରେଞ୍ଜର୍ ଙ୍କୁ ଫୋନ କରି ଅବଗତ କରାଇଥିଲେ । କିନ୍ତୁ ବନବିଭାଗର କୌଣସି ପ୍ରତିକ୍ରିୟା ନ ମିଳିବାରୁ ଶେଷରେ ସେମନେ ଚାଷ ହୋଇଥିବା ଜଙ୍ଗଲକୁ ନିଜେ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହିତ ତୁରନ୍ତ ବନବିଭାଗ ଉକ୍ତ ଜଙ୍ଗଲରେ କଟା ଯାଇଥିବା ଗଛର ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ଦାବୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା