Masthead

ଝଗଡ଼ା..ଆରୋପ ପରେ ପ୍ରତ୍ୟାରୋପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଝଗଡ଼ା..ଆରୋପ ପରେ ପ୍ରତ୍ୟାରୋପ । କମ୍ପିଲା ନବୀନ ନିବାସ । କିଏ କାହାକୁ ହରାଇଛି , କିଏ କେଉଁଠୁ କେତେ ଲୁଟିଛି କିଏ କାହା ସହ ହାତ ମିଳାଇଛି ସବୁ ଗୋଟି ଗୋଟି କରି ଉଗାଳିବାରେ ଲାଗିଲେ । ମୁଖିଆଙ୍କ ତାଗିଦ ପରେ ମାମଲା ପଡ଼ିଲା ଶାନ୍ତ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ପରେ ପ୍ରଣବ ପ୍ରକାଶ ଦାସ (ବବି) ଏବଂ ପ୍ରୀତିରଂଜନ ଘଡ଼େଇ (ଡ୍ୟାନି)ଙ୍କ ସମର୍ଥକମାନେ ଆରୋପ ପ୍ରତ୍ୟାରୋପରେ ମାତିଛନ୍ତି। ଏପଟେ ବବି-ଡ୍ୟାନି ମୁହାଁ ମୁହିଁ ହୋଇଥିବା ଜଣାପଡ଼ିଛି।

କୌଣସି ଏକ କାରଣକୁ ନେଇ ଏହି ଦୁଇ ନେତାଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଛି । ଏହାର ସମାଧାନ ପାଇଁ ଦୁଇ ଦିନ ତଳେ ଦୁହିଁଙ୍କୁ ନବୀନ ନିବାସ ଡକାଯାଇଥିଲା । ନବୀନ ବାବୁ ବିବାଦର ସମାଧାନ କରିବେ ବୋଲି କୁହାଯାଇଥିଲା । ନବୀନ ନିବାସରେ ପହଞ୍ଚିବା ପରେ ଭି.କେ ପାଣ୍ଡିଆନ ଦୁହିଁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ କେହି ତାଙ୍କ କଥା ଶୁଣିବା ମୁଡ୍‌ରେ ନଥିଲେ । ଯେଉଁ କାରଣ ପାଇଁ ଦୁଇ ନେତାଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା । ଆଉ ତାହା ଆସ୍ତେଆସ୍ତେ ନିଜର ପରାଜୟ ପଛର କାରଣ ଆଡ଼କୁ ଚାଲି ଯାଇଥିଲା। ବବି କହିଥିଲେ ତୁ ଲାଗିକି ମୋ ମା’କୁ ହରାଇଲୁ, ଡ୍ୟାନି କହିଥିଲେ ତୋ ପାଇଁ ମୁଁ ହାରିଲି କିଏ କାହାକୁ କେଉଁଠି ହରାଇଛନ୍ତି ତା’କୁ ନେଇ ଚାଲିଲା ଆରୋପ ପ୍ରତ୍ୟାରୋପ ।

କିଏ କେତେ କାହାକୁ ଲୁଟିଛି, କିଏ କାହା ସହ ହାତ ମିଳାଇଛି ସବୁ ଦୁହେଁ ଓଗାଳିବାରେ ଲାଗିଲେ । ଯାାକୁ ଦେଖି ପାଣ୍ଡିଆନ ଚୁପ ହୋଇଯାଇଥିଲେ । ପରେ ଦୁଇ ନେତାଙ୍କ ଚିତ୍କାର ଶୁଣି ଭିତର ରୁମ୍‌ରେ ବସିଥିବା ନବୀନ ବାବୁ ବାହାରକୁ ଉଠି ଆସିଥିଲେ । ଚୁପ୍ ଚୁପ୍… ହୁଅ ବୋଲିି ରାଗି କରି କହିଥିଲେ । ପରେ ଦୁଇ ବନ୍ଧୁ ଚୁପ ହୋଇଥିଲେ । ଏହାପରେ ପାଣ୍ଡିଆନବାବୁ କହିଥିଲେ ତୁମେ ଯାଅ, ସାରଙ୍କୁ ମୁଁ କହିବି। ସାର୍ ଯାହା ନିଷ୍ପତ୍ତି ନେବେ ଜଣାଇ ଦିଆଯିବ ବୋଲି କହିଥିଲୋ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼