Masthead

ନିଖୋଜ ଧୀବରଙ୍କ ମୃତଦେହ ଉଦ୍ଧାର

ଛତ୍ରପୁର, (ବଡ଼ ଖବର ବ୍ୟୁରୋ):
 ମାଛ ଧରିବା ପାଇଁ ପକାଇଥିବା ଜାଲ ଉଠାଇବା ପାଇଁ ଯାଇଥିବା ବେଳେ ଜଣେ ଧୀବର ମୃତ ହେବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ତରେଇପାଟପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।
ଉକ୍ତ ଗ୍ରାମର ଗୋପାଳ ବେହେରା (୩୨) ଗ୍ରାମର ଅନ୍ୟମାନଙ୍କ ସହ ରବିବାର ଦିନ ମାଛ ଧରିବା ପାଇଁ ତାମ୍ପରା ହ୍ରଦରେ ଜାଲ ପକାଇଥିଲେ । ସୋମବାର ଅପରାହ୍ନରେ ମଧ୍ଯାହ୍ନ ଭୋଜନ ପରେ ଡଙ୍ଗା ନେଇ ଗୋପାଳ ତାମ୍ପରା ହ୍ରଦକୁ ଜାଲ ଉଠାଇବା ପାଇଁ ଯାଇଥିଲେ ମାତ୍ର ସେ ଆଉ ଘରକୁଫେରି ନଥିଲେ ।
   ପରେ ବହୁ ଖୋଜାଖୋଜି କରାଯାଇଥିଲେ ବି ତାଙ୍କର ସନ୍ଧାନ ମିଳି ନଥିଲା। ତେବେ ସେ ବ୍ୟବହାର କରୁଥିବା ଡଙ୍ଗାରେ ଜାଲ ଉଠାଇ ରଖିଥିବା ହେତୁ ସମସ୍ତଙ୍କ ମନରେ ସନ୍ଦେହ ହୋଇଥିଲା। ମଙ୍ଗଳବାର ଏ ସମ୍ପର୍କରେ ଛତ୍ରପୁର ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଖୋଜା ଖୋଜି କରିଥିଲେ ସୁଦ୍ଧା ଅସଫଳ ହୋଇଥିଲେ। ତେବେ ଅପରାହ୍ନ ସାଢେ ଚାରିଟା ବେଳେ ଗୋପାଳର ଶରୀର ଭାସିବା ପରେ ଗ୍ରାମବାସୀମାନେ ଯାଇ ଚିହ୍ନଟ କରିଥିଲେ। ଗୋପାଳ ପହଁରାରେ ଓସ୍ତାଦ ଥାଇ ପାଣିରେ ବୁଡ଼ିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଛି। ଗୋପାଳ ବିବାହିତ ଓ ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼