Masthead

ଆସନ୍ତାକାଲି ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଲତବୀ ପରେ ଆରମ୍ଭ ହୋଇଥିଲା ଗୃହ । ପୁଣି ବିଜେଡି ଓ କଂଗ୍ରେସ ପକ୍ଷରୁ ହଟ୍ଟଗୋଳ ଆରମ୍ଭ । ଓଡ଼ିଆ ଅସ୍ମିତା କୁଆଡେ ଗଲାକୁ ନେଇ ନାରା ବାଜି । ବାଚସ୍ପତିଙ୍କ ମାଇକ ଉପାଡ଼ିଲେ ବିରୋଧୀ । ରାଜ୍ୟ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଆକ୍ଟିଭ ମୋଡକୁ ଆସିଛନ୍ତି ବିଜେଡି ବିଧାୟକମାନେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ।

ଆଜି ସମାନ ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିଛନ୍ତି । ଏହାକୁ ନେଇ ଗୃହ ଭିତରେ ହୋ ହାଲ୍ଲା ଦେଖିବାକୁ ମିଳିଥିଲା । ବିରୋଧୀଦଳ ବିଧାୟକମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ।

ଏହି ହୋ ହାଲ୍ଲା ଭିତରେ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତି ସୁରମା ପାଢୀଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ୍ ଟାଣି ଆଣିଥିଲେ । ମାଇକଟି ତଳେ ପଡିଯିବାରୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଗୃହ କାର୍ଯ୍ୟ ଆସନ୍ତାକାଲି ୧୦.୩୦ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ! 🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ!