ପୋଲାଭରମ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ: ତାରା ବାହିନୀପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲାଭରମ ପ୍ରକଳ୍ପକୁ ନେଇ ବିଧାନସଭାରେ ହୋ ହାଲ୍ଲା । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ କେନ୍ଦ୍ର ସରକାର ଦ୍ୱାର ଅନୁମୋଦିତ ହୋଇଥିବା ପୋଲାଭରମ ପ୍ରକଳକୁ ଆମେ ଆଗରୁ ବିରୋଧ କରିଥିଲୁ । ବିନା ପଲ୍ଲିସଭାରେ ଏହି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ମୋଟୁ ଅଂଚଳରେ ପାଖାପାଖି ସତୁରିଟି ଗ୍ରାମ ଜଳମଗ୍ନ ହବ । ଏହି ପ୍ରକଳ୍ପଟି ଯଦି ତିଆରି ହୁଏ ଆଦିବାସୀ ଜନଜାତି ଲୋକ ସମ୍ପୂର୍ଣ୍ଣ ଜଳମଗ୍ନର ଅସୁବିଧା ସମ୍ମୁଖୀନ ହେବେ । ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ଏଥି ପାଇଁ ଏକ କମିଟି ଗଠନ କରାଯାଉ । ଏବଂ ପ୍ରଧାନ ମନ୍ତ୍ରୀ ଏହି ପ୍ରକଳ୍ପରେ ହସ୍ତକ୍ଷେପ କରି ଏହି ପ୍ରକଳ୍ପ ହବ କି ନାହିଁ ଏହାର ସମାଧାନ କରନ୍ତୁ ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ଗୃହରେ ହଟ୍ଟଗୋଳ କରିବା ପ୍ରସଙ୍ଗ ଉପରେ କଡା ଜବାବ ରଖିଲେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ । କଂଗ୍ରେସ ବିଧାୟକ ଦଳ ନେତା ଆଜି ଯେଉଁ ଗୃହରେ ହଟ୍ଟଗୋଳ କରିଥିଲେ, ସେମାନେ ବୋଧେ ଭୁଲି ଯାଉଛନ୍ତି ତାଙ୍କ ସରକାର ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ କେନ୍ଦ୍ରରେ ଥିବା ବେଳେ ପୋଲାଭରମ ଶୁଭ ଦିଆଯାଇଥିଲା । ୨୪ ବର୍ଷ ବିଜେଡ଼ି ସରକାର ସମୟରେ ସବୁ କାମ ହୋଇଛି । ହେଲେ ଆଜି କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ