Masthead

ଆଜି କାର୍ଗିଲ ବିଜୟ ଦିବସ, ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ୟ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ । ଆଜି ହେଉଛି କାର୍ଗିଲ ବିଜୟ ଦିବସ ।୧୯୯୯ର କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଏ। ଏହି ଦିନ ଦେଶ ତାଙ୍କ ଶହୀଦଙ୍କୁ ଅଭିବାଦନ ଜଣାଉଛି।

ଅପରେଶନ ବିଜୟରେ ଭାରତୀୟ ସଶସ୍ତ୍ର ବାହିନୀ ଜମ୍ମୁ-କଶ୍ମୀରର କାର୍ଗିଲ ଜିଲାର ଯେଉଁଠାରେ ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀମାନେ କବ୍‌ଜା କରିଥିଲେ ସେହି ଅଞ୍ଚଳକୁ ମୁକ୍ତ କରିଥିଲେ। ସେଦିନ ଥିଲା ୧୯୯୯ ମସିହା ଜୁଲାଇ ୨୬ ତାରିଖ।କାର୍ଗିଲ ଯୁଦ୍ଧର ହେଲା ଅନ୍ତ। କାର୍ଗିଲ ଶୃଙ୍ଗରେ ତ୍ରିରଙ୍ଗା ପୋତି ବିଜୟ ବାନା ଉଡାଇଥିଲା ଭାରତୀୟ ସେନା । ଏହି ଯୁଦ୍ଧରେ ସହିଦ ହୋଇଥିଲେ ଭାରତୀୟ ସେନାର ଅନେକ ବୀର ଯବାନ। ସହିଦ ବୀର ଯବାନଙ୍କ ଦେଶପ୍ରତି ସମର୍ପିତ ମନୋଭାବକୁ ମନେ ପକାଇ ପ୍ରତିବର୍ଷ ପାଳନ ହୋଇଆସୁଛି କାର୍ଗିଲ ବିଜୟ ଦିବସ । ଚଳିତ ବର୍ଷ କାର୍‌ଗିଲ ବିଜୟ ଦିବସ ୨୬ ଜୁଲାଇ ଅର୍ଥାତ୍‌ ଶୁକ୍ରବାରରେ ପାଳନ କରାଯାଉଛି। କାର୍‌ଗିଲ ଯୁଦ୍ଧରେ ଏହା ଭାରତର ବିଜୟର ୨୫ତମ ବାର୍ଷିକୀ।

ଏହି ବିଜୟ ଦିବସ ଅବସରରେ ଦେଶର ଅନେକ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ, ଯେଉଁଠାରେ ଲୋକମାନେ ଦେଶର ହିରୋମାନଙ୍କୁ ସ୍ମରଣ କରିଥାନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ ହୋଇଥିବା ଏହି ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ସେ ଡ୍ରାସର କାର୍‌ଗିଲ ଯୁଦ୍ଧ ମେମୋରିଆଲରେ ପହଞ୍ଚି ସାହସୀ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ମୋଦି ମଧ୍ୟ ଏଠାରେ ଥିବା ଶିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର କାର୍ୟ୍ୟର ତଦାରଖ କରିବାକୁ ଯାଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା