Masthead

ଖଇରାର ୩ଟି କ୍ରସର ଉପରେ ଚଢାଉ

ସୋର (ବଡ଼ ଖବର ବ୍ୟୁରୋ): ଦୁଇ ଦିନ ଧରି ମିଳିତ ଟିମର ଚଢାଉ, ୩ କ୍ରସର ସିଲ ୧୫ଟି କ୍ରସରର କାଗଜ ପତ୍ର ଯାଞ୍ଚ । ଖଇରା ତହସିଲ ଅଧିନ ଶାରିଖୁଆ ପାହାଡ ନିକଟରେ ବହୁ ବେଆଇନ କ୍ରସର ଚାଲିଥିବା ବେଳେ ଗୁରୁବାର କ୍ରସର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଭିମଚରଣ ମାରାଣ୍ଡିଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଟିମ ଗଠନ କରାଯାଇ କୁପାରୀ ଅଞ୍ଚଳରେ ଚାଲିଥିବା କ୍ରସର ଗୁଡିକର କାଗଜ ପତ୍ର ଯାଞ୍ଚ କରାଯାଇଛି । ଗତକାଲି ଏହି ଚଢାଉରେ ୧୦ଟି କ୍ରସରର ଆଜି ୫ ଟି କ୍ରସର ଖାତାପତ୍ର ଯାଞ୍ଚ ସାଙ୍ଗକୁ ଓ ପ୍ରଦୂଷଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ ଉପରେ ଗୁରୁତ୍ଵ ଦିଆଯାଇଥିଲା । ବେଆଇନ ଭାବେ ଚାଲିଥିବା ୩ଟି କ୍ରସରକୁ ସିଲ୍ କରାଯାଇଛି ।

ଉକ୍ତ ଟିମରେ ଜିଲ୍ଲା ଖଣି ଅଧିକାରିଣୀ ସନ୍ତୋଷିପ୍ରଭା ସେଠୀ, ଫରେଷ୍ଟର ନରେଶ ସିଂ,ରେଞ୍ଜର ମନୋରଞ୍ଜନ ନାୟକ, ଖଇରା ତହସିଲଦାର ସବ୍ୟସାଚୀ ଜେନା, ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନୀ ଧଳ, ଖଇରା ଥାନା ଆଇଆଇସି ଗୟାଧର ବେହେରା ପ୍ରମୁଖ ସାମିଲ ହୋଇଥିଲେ । ସେହିଭଳି ଶୁକ୍ରବାର ଅନ୍ୟ କ୍ରସର ଗୁଡିକ ଯାଞ୍ଚ କରାଯାଇଛି । କାଗଜପତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ ତଥ୍ୟ ଉପରେ ସମୀକ୍ଷା କରାଯିବା ପରେ ବାକି କ୍ରସର ଗୁଡିକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ଖଣି ଅଧିକାରଣୀ ସନ୍ତୋଷିନୀ ସେଠୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି