Masthead

ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବେ ମହମ୍ମଦ ୟୁନୁସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର । ସେନା ଦାୟିତ୍ବରେ ଗଠନ ହେଲା ନୂଆ ଅନ୍ତରୀଣ ସରକାର। ନୋବେଲ ବିଜେତା ମହମ୍ମଦ ୟୁନୁସ ହେଲେ ଅନ୍ତରୀଣ ସରକାରର ମୁଖ୍ୟ । ଅନ୍ତରୀଣ ସରକାର ପ୍ରସ୍ତାବକୁ ଆନ୍ଦୋଳନରତ ଛାତ୍ରଙ୍କ ସମର୍ଥନ । ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି । ସେପଟେ ବାଂଲାଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ପ୍ରାୟ ୧୯ ହଜାର ଭାରତୀୟ ନାଗରିକ ଅଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୯ ହଜାର ଛାତ୍ରଛାତ୍ରୀ ଅଛନ୍ତି। ସେଠାକାର ଆଇନଶୃଙ୍ଖଳା ପରିସ୍ଥିତି ସ୍ୱାଭାବିକ ନହେବା ଯାଏଁ ପରିସ୍ଥିତି ଉପରେ ନଜର ରହିବ। ଭାରତ- ବାଂଲାଦେଶ ସୀମାରେ କଡ଼ା ନଜର ରଖିଛି ବିଏସଏଫ ।

ଉତ୍ତର ୨୪ ପ୍ରଗଣାର ପେଟ୍ରାପୋଲ ସୀମୀରେ ବିଏସଏଫ ଡିଜି ଜଲଜିତ ସିଂ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଶେଖ୍ ହସିନା ହିଣ୍ଡନ ଏୟାର ବେସ ନିକଟରେ ସୁରକ୍ଷିତ ଭାବେ ରହିଥିବା ଜଣାପଡ଼ିଛି। ଏୟାରବେସରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡି ୟୁରୋପର କୌଣସି ଏକ ଦେଶକୁ ଯାଇପାରନ୍ତି ଶେଖ୍ ହସିନା। ଶେଖ ହସିନାଙ୍କ ଭିସା ରଦ୍ଦ କରିଛି ଆମେରିକା । ସେପଟେ ଦିନକୁ ଦିନ ଅଧିକ ଉଗ୍ର ହେଉଛନ୍ତି ଦଙ୍ଗାକାରୀ । ଏବେ ଶେଖ୍‌ ହସିନାଙ୍କ ଦଳ ଆଓ୍ଵାମୀ ଲିଗ୍‌ ଏବଂ ଏହାର ସମର୍ଥକଙ୍କ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରିଛନ୍ତି । ଗତକାଲି ଜେସୋରରେ ଥିବା ଏକ ହୋଟେଲରେ ଦଙ୍ଗାକାରୀମାନେ ନିଆଁ ଲଗାଇ ଦେଇଛନ୍ତି, ଯେଉଁଥିରେ ୨୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ହିନ୍ଦୁଙ୍କୁ ଟାର୍ଗେଟ୍‌ କରି ସେମାନଙ୍କ ଘରେ ନିଆଁ ଲଗାଇ ଦେବା ସହ ଦୋକାନରୁ ଲୁଟ୍‌ପାଟ କରୁଛନ୍ତି । ବାଂଲାଦେଶର ମେହରପୁର ଇସ୍କନ ମନ୍ଦିରରୁ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଠି ଦଙ୍ଗାକାରୀମାନେ ବ୍ୟାପକ ଭଙ୍ଗାରୁଜା କରି ମନ୍ଦିରରେ ନିଆଁ ଲଗାଇ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼