Masthead

ସରକାରୀ ସହାୟତାରୁ ବଞ୍ଚିତ ବାଲୁକା ଶିଳ୍ପୀ

ଟାଙ୍ଗୀ (ବଡ଼ ଖବର ବ୍ୟୁରୋ): ଓଡ଼ିଶା ହେଉଛି କଳାର ଭଣ୍ଡାର । ଏଠି ଅନେକ ପ୍ରତିଭାବାନ କଳାକାର ଅଛନ୍ତି । କିଛି ଲୋକ ଲୋଚନକୁ ଆସୁଛି ତ କିଛି ବଣମଲ୍ଲୀ ବଣରେ ମଉଳି ଯାଉଛି । ଏପରି ଜଣେ ପ୍ରତିଭାବାନ ଯୁବ ବାଲୁକାଶିଳ୍ପୀ ସରକାରୀ ସହାୟତା ନପାଇ ମଉଳିବାକୁ ବସିଲେଣୀ ।

ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ପଞ୍ଚାୟତ କଣ୍ଠପୁର ଗାଁର ଫକୀର ରଣସିଂହଙ୍କ ପୁଅ ଉମାକାନ୍ତ ରଣସିଂହ (୨୦) । ଜଣେ ପ୍ରତିଭାବାନ ବାଲୁକା ଶିଳ୍ପୀ ଭାବରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲାର ବିଭିନ୍ନ ସଂଗଠନ, ବିଜୁ ଯୁବ ବାହିନୀ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଉମାକାନ୍ତଙ୍କ ବାପା ଜଣେ ଗରିବ ଦିନ ମଜୁରିଆ ହୋଇଥିବା ବେଳେ ଉମାକାନ୍ତ ପିଲାଟି ବେଳରୁ ବାଲୁକା କଳା ପ୍ରତି ମନ ବୋଳାଇଥିଲେ । ପୁଅର ଆଗ୍ରହ ଦେଖି ଫକୀର ବରିଷ୍ଠ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନିକଟକୁ ବାଲୁକା ଶିକ୍ଷା ଲାଗି ପଠାଇଥିଲେ । ଶିକ୍ଷା ଲାଭ କରି ଦିର୍ଘ ୨ବର୍ଷ ହେବ ସରକାରୀ ସହାୟତା ପାଇବା ଲାଗି ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଉମାକାନ୍ତ ଜଣେ ପ୍ରତିଭାବାନ ଛାତ୍ର ଭାବରେ ଚଳିତ ବର୍ଷ ସତ୍ୟବାଦୀ ସଂସ୍କୃତ ମହାବିଦ୍ୟାଳୟ,ବଡ଼ପୋଖରୀଆରୁ ୪୨୪ ମାର୍କ ରଖି ଉର୍ତ୍ତିଣ୍ଣ ହୋଇଥିବା ଜଣାପଡିଛି । ସରକାରଙ୍କ ତରଫରୁ ଏହି ଯୁବ ବାଲୁକା ଶିଳ୍ପୀକୁ ସରକାରୀ ସହାୟତା କେବେ ମିଳୁଛି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ