Masthead

ପାହାଡକୁ ଖାଇଗଲେଣି ବିଜେଡି ନେତା

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱରରେ ମାତିଛନ୍ତି ପଥର ମାଫିଆ । ବିପଦରେ ବାଗୁଡ଼ି ଖଞ୍ଜାମାହାଲ ପାହାଡ । ଡିନାମାଇଟ୍ ଲଗାଇ ଫଟାଉଛନ୍ତି ପାହାଡ । ଲୁଟଛନ୍ତି କୋଟି କୋଟି ଟଙ୍କାର ପଥର । ରାଜନୀତି ଛତ୍ରଛାୟାରେ ରହି ପାହାଡକୁ ଗିଳି ସାରିଲେଣି ବିଜେଡି ନେତା । ଆଇନକୁ ଖାତିର ନକରି ଦିନରାତି ଚଳାଇଛନ୍ତି ପଥର ଲୁଟ । ନୀରବ ବସିଛନ୍ତି ଜିଲ୍ଲାପ୍ରଶାସନ । କେତେବେଳେ ଭୂସ୍ଖଳନ ହୋଇ ମାଟିରେ ମିଶିଯିବ ପାହାଡ ତଳର ଗାଁ । ଚିନ୍ତାରେ ଅଞ୍ଚଳବାସୀ ।

ଯଦିଓ ସରକାରଙ୍କ ନୀତିନିୟମ ଅନୁଯାୟୀ ପଥର ଖଦାନ ବନ୍ଦ ରହିଛି କିନ୍ତୁ ଆଇନ ଆଖିରେ ଧୂଳିଦେଇ ସ୍ଥାନୀୟ ଅଧିକାରୀବାବୁ ମାନଙ୍କୁ ହାତ ବାରିଶି କରି ମାଫିଆମାନେ ବେଧଡକ ଚଳାଇଛନ୍ତି ପଥର ଚୋରି । ଜେସିବି ସାହାଯ୍ୟରେ ଡମ୍ପର ଓ ଟ୍ରାକ୍ଟରରେ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଚୋରା ଚାଲାଣ କରି କୋଟି ପତି ହୋଇଛନ୍ତି ବହୁ ବିଜେଡି ନେତା । ମାଫିଆମାନେ ପରିବେଶ ଆଇନକୁ ଉଲଂଘନ କରି ପାହାଡ ଉପରୁ ଦୁଇଶହ ଫୁଟ ଏବଂ ପାହାଡ ତଳ ଭାଗରୁ ଦୁଇଶହ ଫୁଟ ଗଭୀର କରି ନେଉଛନ୍ତି ପଥର । ଯାହା ଦ୍ଵାରା ପାହାଡ ହରାଉଛି ଭରସାମ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ