Masthead

ଅଶାନ୍ତ ହେଉଛି ଯୋଡା ଖଣି

ଯୋଡା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ଧିରେ ଧୀରେ ଅଶାନ୍ତି ବଢିଛି। ଅନେକ ଗୁଡିଏ ଖଣିରେ କାମ ବନ୍ଦ କରି ଲୋକେ ବସି ରହୁଛନ୍ତି । ଏମିତିକି ଓଡ଼ିିଶା ସରକାରଙ୍କ ବିଭିନ୍ନ ଓଏମସି ଖଣିରେ ମଧ୍ୟ କାର୍ଯ୍ୟ ବନ୍ଦ କରିଦେଇ ସେଠାରେ ବହୁ ସଂଖ୍ୟକ ଲୋକ ବସି ରହୁଛନ୍ତି। ଯାହା ଫଳରେ ସରକାରଙ୍କର ଦୈନିକ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। ସେମିତି ଓଏମସି ବାଂଶପାଣୀ ଲୌହ ଖଣିରେ ବାବା ଧବଳେଶ୍ୱର ମୁଭର୍ସ ପରିବହନ ନିମନ୍ତେ ୱାର୍କ ଅଡର ପାଇଥିଲେ ମଧ୍ୟ ବାଇଜୁ ବାବା ଓ ଏନ ଏସ ଆଇ ପି ଏଲ କମ୍ପାନୀ କାର୍ଯ୍ୟ କରାଇ ଦେଉନାହାନ୍ତି। ଏମାନେ ବାହାର ରାଜ୍ୟର ହୋଇଥିଲେ ମଧ୍ୟ ସ୍ଥାନୀୟ ପରିବହନ ଠିକାଦାର ଦାଦାଗିରି ଦେଖାଇ କିଛି ଦିନ ହେବ କାମ ବନ୍ଦ କରାଉଥିଲେ। ଫଳରେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା।

ଉଭୟ ପକ୍ଷରୁ ଅଭିଯୋଗ ପରେ ପୋଲିସ ପହଞ୍ଚି ଥିଲା। ପୋଲିସ ଉପସ୍ଥିତିରେ ଏନଏସପିଏଲର ପୋଷା ଗୁଣ୍ଡାମାନେ ଗାଡି ଗୁଡିକୁ ଅଟକାଇ ଭଙ୍ଗାରୁଜୁ କରିଲା ବେଳେ ପୋଲିସ ଅଟକାଇଥିଲା। ସେମାନେ ଶାନ୍ତ ନ ହୋଇ ପୋଲିସ ଉପରକୁ ପଥର ଓ କାଠ ଫାଳିଆ ସାହାଯ୍ୟରେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ପୋଲିସ ସେମାନଙ୍କ ଉପରକୁ ଲାଠି ଚାଳନା କରିଥିଲା। ତେବେ ବାଇଯୁ ଓ ଏନଏସଆଇପିଏଲ ବାହାର ରାଜ୍ୟରୁ ଆସି ଏଠି ଗୁଣ୍ଡଗିରି ଦେଖାଇବା ସମ୍ଭବ ନୁହେଁ। ଏହା ପଛରେ ବାହୁବଳୀ ବିଧାୟକଙ୍କ ହାତ ରହିଛି ବୋଲି ତାଙ୍କ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି। ଦେଖିବାକୁ ବାକି ରହିଲା ଏସବୁ ର ସମାଧାନ କେବେ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା