Masthead

ରକ୍ତ ଦିଅ ଶାଢୀ ନିଅ

donate-blood-and-take-a-sari

ଖଇରା (ବଡ଼ ଖବର ବ୍ୟୁରୋ): ଅଫର,ଅଫର,ଅଫର । ରକ୍ତଦାନ ଶିବିରରେ ବିଜେଡିର ଶାଢ଼ୀ ଅଫର । ରକ୍ତ ଦେଲେ ମିଳୁଛି ଶାଢୀ । ବାଲେଶ୍ୱର ଜିଲ୍ଲା ଖଇରା ପ୍ରାଥମିକ ବିଦ୍ୟାଳୟରେ ବିଜେଡି ଜିଲ୍ଲା ମହିଳା ଶାଖା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରେ ଦିଆଯାଇଛି ଏହି ଅଫର । ବିଜେଡି ରକ୍ତ ନେଉଛି । ସବୁଠୁ ରକ୍ତ ନେଉଛି । ବିଜେଡି ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜନ କରୁଛି ରକ୍ତଦାନ ଶିବିର । କିନ୍ତୁ ଖଇରା ପ୍ରାଥମିକ ବିଦ୍ୟାଳୟରେ କେବଳ ମହିଳାମାନେ ଦେଇଥିଲେ ରକ୍ତ । ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିଲା ଏହି ରକ୍ତଦାନ ଶିବିର । ମହିଳା ରକ୍ତଦାତାମାନଙ୍କୁ ଦିଆଯାଇଥିଲା ଅଫର । ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସୁବାସିନୀ ଜେନା କହିଛନ୍ତି ରକ୍ତ ଦେଇଥିବା ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ଦିଆଯାଇଛି ଶାଢୀ ଅଫର ।

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଖେଳିଛି ମହିଳା କାର୍ଡ । ବିଜେଡି ରକ୍ତ ନେବା ପରେ ଖଇରା ବିଧାୟକ ତଥା ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମହିଳାମାନଙ୍କୁ ସାଧୁବାଦ ଜଣାଇଛନ୍ତି । ମହିଳାମାନେ ଆଗକୁ ଗଲେ ସନ୍ତୁଳିତ ସମାଜ ଗଠନ ହୋଇପାରିବ । ରକ୍ତ ଦେଇଥିବା ମହିଳାମାଙ୍କୁ ଶାଢୀ ଦେଇ ଉତ୍ସାହିତ କରାଯାଇଛି । ଏଇ ଶାଢୀ ସମ୍ମାନ ଓ ଉତ୍ସାହ ବଢାଇବ ବୋଲି ମନ୍ତ୍ରୀ କହିଛନ୍ତି । ସରକାର ଲୋକଙ୍କୁ କରୋନା ସଚେତନ କରାଉଥିବା ବେଳେ ଏଠାରେ କିନ୍ତୁ ସାମାଜିକ ଦୂରତାକୁ ସମସ୍ତେ ଭୁଲିଯାଇଥିଲେ । ତେବେ ମାନିବାକୁ ପଡିବ ରକ୍ତଦାନ ଶିବିରରେ ମନ୍ତ୍ରୀଙ୍କ ଶାଢୀ ବଣ୍ଟା ଥିଓରିକୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼